ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ପାରାଦୀପ ବନ୍ଦରରେ ଗିରଫ ଜାହାଜକୁ ଛାଡ଼ିଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

କଟକ: ପାରାଦ୍ୱୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜକୁ ଛାଡ଼ିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାରାଦ୍ୱୀପ ବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବ ଏମଭି ଟେଲେରି ଏମ ଜାହାଜ। ବକେୟା ପରିଶୋଧ ପରେ ଏବେ ଜାହାଜକୁ ପାରାଦ୍ୱୀପ ପୋର୍ଟରୁ ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଓସର୍ଭି ଏନର୍ଜୀ ଟ୍ରାନ୍ସପୋର୍ଟ ଡିଏମସିସି ପକ୍ଷରୁ ଦାୟର ମାମଲାରେ ବଙ୍କର ଫୁଏଲ ବକେୟା ଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ଶନିବାର ଏହି ମାଲବାହୀ ଜାହାଜକୁ ଗିରଫ କରାଯାଇଥିଲା।
ପାରାଦ୍ଵୀପ ବନ୍ଦରରେ ଏମଭି ଟେଲେରି ଏମ ଜାହାଜ ଥିବା ବେଳେ ଗିରଫ ହୋଇଥିଲା। କିନ୍ତୁ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ହୋଇଥିବା ବିବାଦର ଆପୋଷ ସମାଧାନ ହୋଇଥିବାରୁ ସମ୍ପୃକ୍ତ ଜାହାଜକୁ ରିଲିଜ କରିଦେବାକୁ ନିର୍ଦ୍ଦେଶ ହୋଇଛି। ଏଥର ପାରାଦ୍ୱୀପରୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇ ପାରିବ ଏମଭି ଟେଲେରି ଏମ କାରଗୋ ଜାହାଜ। ଏହି ମାମଲାର ଆସନ୍ତା ଶୁଣାଣି ମେ ୭ କୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।

Leave A Reply

Your email address will not be published.