ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟରରେ ୮ ନକ୍ସଲ ମୃତ

0

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ନକ୍ସଲଙ୍କୁ ବଡ଼ ଝଟକା। ଝାଡ଼ଖଣ୍ଡ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ୮ ଜଣ ନକ୍ସଲ ନିପାତ ହୋଇଥିବା ଜଣାପଡ଼ିଛି। ଏହି ଏନକାଉଣ୍ଟରରେ ୧୦ରୁ ଅଧିକ ନକ୍ସଲ ନିହତ ହୋଇଥିବା ବେଳେ ପ୍ରାୟ ୮ଟି ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ପୋଲିସ ଏବଂ ସୁରକ୍ଷା କର୍ମୀ ମିଳିତ ଭାବରେ କରିଥିବା ଏନକାଉଣ୍ଟରରେ ଅଧ ଡଜନରୁ ଅଧିକ ନକ୍ସଲ ନିହତ ହୋଇଛନ୍ତି। ବୋକାରୋର ଲୁଗୁ ପାହାଡ଼ର ପାଦଦେଶ ଅଞ୍ଚଳରେ ନକ୍ସଲଙ୍କ ଏକ ବଡ଼ ଦଳ ବୁଲୁଥିବା ନେଇ ସୁରକ୍ଷା ବାହିନୀ ଖବର ପାଇଥିଲା। ଏନେଇ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଏକ ଅପରେସନ ଆରମ୍ଭ ହୋଇଥିଲା। ପରେ ନକ୍ସଲମାନେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବରେ, ଝାଡ଼ଖଣ୍ଡ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ନକ୍ସଲମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ବେଶ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କୁ ସାମନା କରି ନପାରି ଛତ୍ରଭଙ୍ଗ ଦେଇଥିଲା ମାଓବାଦୀ।
ନିହତ ନକ୍ସଲଙ୍କ ମଧ୍ୟରୁ ଅନେକଙ୍କ ଅନେକ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ନକ୍ସଲବାଦୀ ବିବେକଙ୍କ ସ୍କ୍ୱାଡ୍ ସହିତ ଏହି ଏନକାଉଣ୍ଟର ହୋଇଛି, ଯାହାଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କା ପୁରସ୍କାର ରାଶି ରହିଥିଲା। ଏହି ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ବିବେକ ଏବଂ ଅରବିନ୍ଦ ଯାଦବ ନିହତ ହୋଇଥିବା ଜଣାପଡ଼ିଛି। ଏନକାଉଣ୍ଟର ପରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

Leave A Reply

Your email address will not be published.