ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆଉ ୩ ଦିନ ଯାଏଁ ପ୍ରବଳ ଗରମ ଗୁଳୁଗୁଳି ର ପ୍ରଭାବ

0

୨୭ ରୁ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟ ରେ ଏବେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଛି। ଦିନ ତାପମାତ୍ରା ଅଧିକ ରହୁଛି। ପଶ୍ଚିମ ଓଡ଼ିଶା ର ଅନେକ ଅଞ୍ଚଳ ରେ ତାପମାତ୍ରା ୪୨.୦°ସି ଉପରେ ରହିଛି ଓ କିଛି ଅଞ୍ଚଳ ରେ ଗ୍ରୀଷ୍ମ ଲହରୀ ପ୍ରବାହିତ ହେଉଛି। ଗତକାଲି ଝାରସୁଗୁଡାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୪°ସି ରେକର୍ଡ କରଯାଇଥିଲା। ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖରା ସହ ଆଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେଉଛି। ସେହିପରି ଅନେକ ଅଞ୍ଚଳ ରେ ରାତି ତାପମାତ୍ରା ମଧ୍ୟ ସ୍ଵାଭାବିକ ଠାରୁ ଅଧିକ ରହୁଛି।

ଆସନ୍ତା ୩ ଦିନ ଯାଏଁ ପାଣିପାଗ ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅର୍ଥାତ୍ ଏହିପରି ସ୍ଥିତି ଜାରି ରହିବ। ପଶ୍ଚିମ ଓଡ଼ିଶା ର ଅନେକ ଅଞ୍ଚଳ ରେ ଦିନ ତାପମାତ୍ରା ୪୨.୦°ସି ଉପରେ ରହିବ ଓ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବ। ଉପକୂଳ ରେ ଗରମ ଓ ଗୁଳୁଗୁଳି ପ୍ରଭାବ ରହିବ।

ତେବେ ୨୭ ତାରିଖ ଠାରୁ ପାଗ ରେ କିଛି ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ଦିନ ତାପମାତ୍ରା ୨-୪°ସି ଯାଏଁ କମିବ। ଏହାସହ କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ୨୮ ତାରିଖ ରୁ ରାଜ୍ୟ ର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ଯାହା ତାପମାତ୍ରା କୁ ହ୍ରାସ କରିବାରେ ସହାୟକ ହେବ।

Leave A Reply

Your email address will not be published.