ପ୍ରମୁଖ ଖବର

ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର
ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌
୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ବନ୍ଧୁକ ସହ ୧୦ଟି କଟୁରୀ ଜବତ
ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଟ୍ରାଫିକ୍ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

୪୮ ଘଣ୍ଟା ପରେ କମିବ ଖରା

0

ଆସନ୍ତା ୫-୬ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗତ କିଛି ଦିନ ଧରି ଜାରି ରହିଥିବା ପ୍ରବଳ ଖରା, ଗରମ , ଗୁଳୁଗୁଳି ର ପ୍ରଭାବ ଆସନ୍ତା ୪୮ ଘଣ୍ଟା ପରେ କମିବ। ଆସନ୍ତା ୫-୬ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ,ବାଲେଶ୍ଵର, ଭଦ୍ରକ, ଯାଜପୁର, କେଉଁଝର, ଅନୁଗୁଳ, ଢ଼େଙ୍କାନାଳ, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି , ନବରଙ୍ଗପୁର, ନୂଆପଡ଼ା,କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ଓ ପବନରେ ଘଣ୍ଟା ପ୍ରତି ପ୍ରାୟ ୩୦-୪୦ କିମି ବହିବାର ସମ୍ଭାବନା ରହିଛି। ୪୮ ଘଣ୍ଟା ପରେ ରାଜ୍ୟ ର ଅଧିକାଂଶ ଅଞ୍ଚଳରେ ଦିନ ତାପମାତ୍ରା ୩-୫°ସି ଯାଏଁ କମିବା ସମ୍ଭାବନା ରହିଛି।

ତେବେ ୨୮ ଏପ୍ରିଲ୍ ରୁ ୦୨ ମେଁ ଯାଏଁ ରାଜ୍ୟ ରେ ବର୍ଷା ର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ଏହି ସମୟ ରେ ରାଜ୍ୟ ର ଅନେକ ଅଞ୍ଚଳ ରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶା ର କେତେକ ଅଞ୍ଚଳରେ କୁଆପଥର ବୃଷ୍ଟି ସହ ପବନ ୪୦-୬୦କିମି / ଘଣ୍ଟା ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହି ସମୟ ରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ( ୭ସେମି +) ବର୍ଷା ହେବାର ସମ୍ଭାବନା ରହିଛି।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.