କଟକ: ବ୍ରିଜ ନିର୍ମାଣ ବେଳେ ଅଘଟଣ। କଟକ ଖାନ୍ନଗରରେ ଶନିବାର ଏକ ବଡ଼ଧରଣର ଅଘଟଣ ଘଟିଛି। କଟକ ଖାନନଗର ବ୍ରିଜ ନିର୍ମାଣବେଳେ ସ୍ଲାବ ଖସି ପଡ଼ିବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଶ୍ରମିକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।
ସୂଚନା ଯୋଗ୍ୟ, କଟକ ଖାନ୍ନଗର ଅଞ୍ଚଳରେ ଏକ ବ୍ରିଜ ନିର୍ମାଣ କାମ ଚାଲିଥିବା ବେଳେ ହଠାତ୍ ବ୍ରିଜର ସ୍ଲାବ ଭୁଶୁଡ଼ି ପଡିଥିଲା। ଫଳରେ ୫ଜଣ ଚାପି ହୋଇ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ପାଇ ଖାନ୍ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ହେଲେ କେଉଁ ପରିସ୍ଥିତିର ନିର୍ମାଣଧୀନ ବ୍ରିଜ ଭୁଶୁଡ଼ିଲା ସ୍ଥାନୀୟ ଲୋକେ ଏହାର ତଦନ୍ତ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post