ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ପାକିସ୍ତାନରୁ ସମସ୍ତ ଆମଦାନୀ ଓ ରପ୍ତାନୀ ବନ୍ଦ ବନ୍ଦ କଲା ଭାରତ

0

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ପହଲଗାଓଁ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି। ପାକିସ୍ତାନ ସହ ଆମଦାନୀ ଓ ରପ୍ତାନୀ କାରବାର ସଂପୂର୍ଣ୍ଣ ବନ୍ଦ କରିଛି ଭାରତ। ଭାରତରୁ କୌଣସି ସାମଗ୍ରୀ ପାକିସ୍ତାନ ଯିବ ନାହିଁ କିମ୍ବା ପାକିସ୍ତାନରୁ କୌଣସି ଦ୍ରବ୍ୟ ଭାରତକୁ ଆମଦାନୀ ହେବ ନାହିଁ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁଯାୟୀ, ଭାରତ ପାକିସ୍ତାନରୁ ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀକୁ ତତ୍କାଳ ପ୍ରଭାବରେ ନିଷେଧ କରାଯାଇଛି।

ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ମେ’ ୨ ତାରିଖରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବୈଦେଶିକ ବାଣିଜ୍ୟ ନୀତି ୨୦୨୩ ଅନୁସାରେ, ପାକିସ୍ତାନରୁ ଆସୁଥିବା କିମ୍ବା ରପ୍ତାନି ହେଉଥିବା ସମସ୍ତ ସାମଗ୍ରୀ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀ କିମ୍ବା ପରିବହନ, ସ୍ବତନ୍ତ୍ର ଭାବରେ ଆମଦାନୀଯୋଗ୍ୟ ହେଉ କିମ୍ବା ଅନ୍ୟ ଅନୁମତିପ୍ରାପ୍ତ ହେଉ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁରନ୍ତ ପ୍ରଭାବରୁ ନିଷିଦ୍ଧ ରହିବ। ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ନୀତିର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକ ଲଗାଯାଇଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟକ ସମ୍ପର୍କ ବହୁତ ସୀମିତ। ଉଭୟ ଦେଶ ପରସ୍ପରକୁ କିଛି ସାମଗ୍ରୀ ଆମଦାନୀ ଏବଂ ରପ୍ତାନୀ କରନ୍ତି। ଭାରତ ପାକିସ୍ତାନରୁ ଶୁଖିଲା ଫଳ, ତରଭୁଜ ଏବଂ ଅନ୍ୟାନ୍ୟ ଫଳ, ସିମେଣ୍ଟ ଏବଂ ପଥର ଲୁଣ ବ୍ୟତୀତ ଅନ୍ୟାନ୍ୟ ସମାଗ୍ରୀ ଆମଦାନୀ କରେ।

Leave A Reply

Your email address will not be published.