ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ବିଜେଡି ୬ ଜିଲା ସଭାପତି ସହ ୧୫ ଉପସଭାପତିଙ୍କ ନାଁ ଘୋଷଣା

0

ଭୁବନେଶ୍ବର: ବିଜେଡି ୬ ଜିଲା ସଭାପତି ପରେ ୧୫ ଉପସଭାପତିଙ୍କ ନାଁ ଘୋଷଣା କରିଛି। ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ୱ ଦେଇଥିବା ବେଳେ ଏହି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ ରହିଛନ୍ତି। ସେହିପରି ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ମଧ୍ୟ ଦାୟିତ୍ୱ ଦେଇ ସଙ୍ଗଠନକୁ ମଜଭୁତ କରୁଛି ବିଜେଡି। ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ୱ ମିଳିଛି।

ଅନ୍ୟପକ୍ଷେ, ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ ରହିଛନ୍ତି। ଚଳିତ ବର୍ଷ ନିର୍ବାଚନରେ ବିଜେଡି ହରାରିବା ପରେ ଦଳକୁ ମଜଭୁତ କରିବାକୁ ଲାଗିପଡ଼ିଛନ୍ତି କର୍ମୀ। ବିଜେଡିର ବରିଷ୍ଠ ନେତାଙ୍କୁ ସୋମବାର ବିଜେଡି ପକ୍ଷରୁ ନୂଆ ଦାୟିତ୍ୱ ବଣ୍ଟନ କରାଯାଇଛି। ଦଳର ଷ୍ଟେଟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏହି ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରୋହିତ ପୂଜାରୀ ଯଥାକ୍ରମେ ଭୁବନେଶ୍ୱର ଏବଂ ସମ୍ବଲପୁରର ସାଂଗଠନିକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି।

ସେହିପରି ସରୋଜ କୁମାର ମେହେରଙ୍କୁ ବଲାଙ୍ଗୀରର ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଥିବା ବେଳେ ଆଶିଷ ଚକ୍ରବର୍ତ୍ତୀ କେନ୍ଦୁଝରର ସଭାପତି ହୋଇଛନ୍ତି । ପ୍ରଦ୍ୟୁମ୍ନ ତ୍ରିପାଠି ରାଉରକେଲାର ସାଂଗଠନିକ ଜିଲ୍ଲା ସଭାପତି ଏବଂ ଦେବାଶିଷ ମାରାଣ୍ଡି ମୟୁରଭଞ୍ଜ ଜିଲ୍ଲାର ସଭାପତି ହୋଇଛନ୍ତି।

Leave A Reply

Your email address will not be published.