ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ବିଜେଡି ୬ ଜିଲା ସଭାପତି ସହ ୧୫ ଉପସଭାପତିଙ୍କ ନାଁ ଘୋଷଣା

0

ଭୁବନେଶ୍ବର: ବିଜେଡି ୬ ଜିଲା ସଭାପତି ପରେ ୧୫ ଉପସଭାପତିଙ୍କ ନାଁ ଘୋଷଣା କରିଛି। ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ୱ ଦେଇଥିବା ବେଳେ ଏହି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ ରହିଛନ୍ତି। ସେହିପରି ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ମଧ୍ୟ ଦାୟିତ୍ୱ ଦେଇ ସଙ୍ଗଠନକୁ ମଜଭୁତ କରୁଛି ବିଜେଡି। ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ୱ ମିଳିଛି।

ଅନ୍ୟପକ୍ଷେ, ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ ରହିଛନ୍ତି। ଚଳିତ ବର୍ଷ ନିର୍ବାଚନରେ ବିଜେଡି ହରାରିବା ପରେ ଦଳକୁ ମଜଭୁତ କରିବାକୁ ଲାଗିପଡ଼ିଛନ୍ତି କର୍ମୀ। ବିଜେଡିର ବରିଷ୍ଠ ନେତାଙ୍କୁ ସୋମବାର ବିଜେଡି ପକ୍ଷରୁ ନୂଆ ଦାୟିତ୍ୱ ବଣ୍ଟନ କରାଯାଇଛି। ଦଳର ଷ୍ଟେଟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏହି ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରୋହିତ ପୂଜାରୀ ଯଥାକ୍ରମେ ଭୁବନେଶ୍ୱର ଏବଂ ସମ୍ବଲପୁରର ସାଂଗଠନିକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି।

ସେହିପରି ସରୋଜ କୁମାର ମେହେରଙ୍କୁ ବଲାଙ୍ଗୀରର ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଥିବା ବେଳେ ଆଶିଷ ଚକ୍ରବର୍ତ୍ତୀ କେନ୍ଦୁଝରର ସଭାପତି ହୋଇଛନ୍ତି । ପ୍ରଦ୍ୟୁମ୍ନ ତ୍ରିପାଠି ରାଉରକେଲାର ସାଂଗଠନିକ ଜିଲ୍ଲା ସଭାପତି ଏବଂ ଦେବାଶିଷ ମାରାଣ୍ଡି ମୟୁରଭଞ୍ଜ ଜିଲ୍ଲାର ସଭାପତି ହୋଇଛନ୍ତି।

Leave A Reply

Your email address will not be published.