ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଅଟକିଲା ପାକିସ୍ତାନକୁ ଯାଉଥିବା ପାଣି

0

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର ପହଲଗାମରେ ହୋଇଥିବା ନରସଂହାର ପରେ ଭାରତ ପାକିସ୍ତାନ ବିରୋଧରେ ଏକାଧିକ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଆତଙ୍କୀ ଆକ୍ରମଣ ପରେ ଭାରତ ୬୫ ବର୍ଷରୁ ଚାଲିଆସୁଥିବା ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଦେଇଛି। ଆଉ ଏଥିପାଇଁ ଭାରତ ବାଗଲିହାର ଡ୍ୟାମର ଗେଟ୍ ବନ୍ଦ କରିଦେଇଛି। ଯାହା ଫଳରେ ଚିନାବ ନଦୀର ପାଣି ପାକିସ୍ତାନ ଆଡ଼କୁ ବହିବା ବନ୍ଦ ହୋଇଯାଇଛି। ଏହି ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଜଳ ବିବାଦ ଓ ଉତ୍ତେଜନାକୁ ଏକ ନୂଆ ମୋଡ଼ ଦେଇଛି।

ପାକିସ୍ତାନ ପାଇଁ ଚିନାବ ନଦୀର ପାଣି ମୁଖ୍ୟତଃ ସିଞ୍ଚନ ଓ ପାନୀୟ ଜଳ ପାଇଁ ଅତ୍ୟନ୍ତ ଜରୁରୀ। ଅନ୍ୟପକ୍ଷରେ, ଭାରତ ଏହି ପଦକ୍ଷେପକୁ ସୁରକ୍ଷା ଓ ଜଳ ନୀତିର ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛି। ଏହି ନିଷ୍ପତ୍ତି ପରେ ପାକିସ୍ତାନ ଏବେ ପାଣିର ଗୋଟିଏ ଗୋଟିଏ ବୁନ୍ଦା ପାଇଁ ତୃଷାର୍ତ୍ତ ହେବ। ଚିନାବ ନଦୀର ପାଣିକୁ କିପରି ଭାବେ ଅଟାଉଛି ଭାରତ ଏହାର ଗ୍ରାଉଣ୍ଡ ରିପୋର୍ଟ କରିଛି ଏକ ଜାତୀୟ ଗଣମାଧ୍ୟ ସଂସ୍ଥା। ଏହି ରିପୋର୍ଟରୁ ଆପଣ ଜାଣିପାରେ ଭାରତ ପାକିସ୍ତାନ କେଉଁ ସ୍ଥିତିରେ କାର୍ଯ୍ୟାନୁଷ୍ଠାନ ନେଉଛି।

ରାମବନ ଜିଲ୍ଲାରେ ଆଜି ସକାଳୁ ଚିନାବ ନଦୀର ଜଳସ୍ତର ଲଗାତାର କମୁଥିବାର ଦେଖାଯାଇଥିଲା। ଏହା ଦେଖି ଗ୍ରାଉଣ୍ଡ ରିପୋର୍ଟ କରୁଥିବା ସଂସ୍ଥାର ଟିମ୍ ଚିନାବ ନଦୀର ମଝିମଝି ପର୍ଯ୍ୟନ୍ତ ପହଞ୍ଚିଥିଲା। ପୂର୍ବରୁ ଏଠାକୁ ଆସିବା ବହୁତ କଷ୍ଟସାଧ୍ୟ ଥିଲା ଏବଂ ନଦୀର ତୀବ୍ର ସ୍ରୋତ ଯୋଗୁ ଏହାକୁ ଅତିକ୍ରମ କରିବା ଅସମ୍ଭବ ଥିଲା। ପିଲାଙ୍କୁ ନଦୀ କୂଳକୁ ଆସିବାକୁ ବାରଣ କରାଯାଉଥିଲା ଏବଂ ପ୍ରଶାସନ ମଧ୍ୟ ଲଗାତାର ଚେତାବନୀ ଜାରି କରୁଥିଲା ଯେ ଚିନାବ ନଦୀର କୂଳକୁ ଯାଆନ୍ତୁ ନାହିଁ, କାରଣ ଏହାର ସ୍ରୋତ ବହୁତ ତୀବ୍ର ଥାଏ। ଆଜି ଦୃଶ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ଚିନାବ ନଦୀର ଜଳସ୍ତର କମିବାରେ ଲାଗିଛି ଯାହା ଦର୍ଶାଉଛି ଯେ ଭାରତ ସରକାରଙ୍କ ପଦକ୍ଷେପର ପ୍ରଭାବ ଏବେ ଦୃଶ୍ୟମାନ ହେଉଛି? ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ, ଏହି ଚୁକ୍ତି ଅଧୀନରେ ଥିବା ନଦୀଗୁଡ଼ିକରୁ ଭାରତ ବିଦ୍ୟୁତ୍ ଉତ୍ପାଦନ କରିପାରେ ଏବଂ ନିଜ ନାଗରିକମାନଙ୍କ ପାଇଁ ଏହି ପ୍ରାକୃତିକ ଜଳ ସମ୍ପଦର ବ୍ୟବହାର କରିପାରେ। ପୂର୍ବରୁ ଏହି ଚୁକ୍ତି ଅନୁଯାୟୀ କେବଳ ଜଳବିଦ୍ୟୁତ୍ ଉତ୍ପାଦନର ଅନୁମତି ଥିଲା, କିନ୍ତୁ ପାଣିକୁ ଅଟକାଇ ରଖିବାର ଅନୁମତି ନଥିଲା। କିନ୍ତୁ ପହଲଗାମ ଆକ୍ରମଣ ପରେ ଭାରତ ସରକାର ଏହି ଚୁକ୍ତିକୁ ନିଲମ୍ବନ କରିଛନ୍ତି, ଏବଂ ଏହାର ପ୍ରଭାବ ଦେଖାଯାଉଛି ଯେ ଚିନାବ ନଦୀର ଜଳସ୍ତର ସମ୍ପୂର୍ଣ୍ଣ କମିଯାଇଛି।

ନଦୀ କୂଳରେ ଲୋକଙ୍କ ଭିଡ଼ ଏବେ ଲୋକମାନେ ନଦୀ କୂଳକୁ ଆସି ଫଟୋ ଓ ସେଲଫି ଉଠାଉଛନ୍ତି। ପୂର୍ବରୁ ଏଠାକୁ ଆସିବା ବହୁତ କଷ୍ଟକର ଥିଲା, କିନ୍ତୁ ଆଜି ଲୋକେ ସହଜରେ ଆସୁଛନ୍ତି ଓ ଫଟୋଗ୍ରାଫି କରୁଛନ୍ତି। ତେବେ, ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପଡ଼ିବ, କାରଣ ଏହା ଏକ ପ୍ରାକୃତିକ ଜଳପଥ ଏବଂ ଯେ କୌଣସି ସମୟରେ ଦୁର୍ଘଟଣା ଘଟିପାରେ। ସବୁଠାରୁ ବଡ଼ କଥା ହେଉଛି ଯେ ଚିନାବ ନଦୀର ଜଳ ସ୍ଥର ଏତେ କମିଯାଇଛି ଯେ ନଦୀ ମଝିରେ ବଡ଼ ବଡ଼ ପଥର ଦେଖାଯାଉଛି, ଯେଉଁଗୁଡ଼ିକ ଉପରେ ପୂର୍ବରୁ ଚିନାବ ନଦୀର ତୀବ୍ର ସ୍ରୋତ ବହୁଥିଲା। କିନ୍ତୁ ଆଜି ଏହି ସମଗ୍ର ଅଞ୍ଚଳ ସୁଖିଯାଇଛି ଏବଂ ଜଳସ୍ତର ଅତ୍ୟନ୍ତ କମି ହୋଇଯାଇଛି। ଆଗାମୀ ଦିନରେ ଏହାର ପରିଣାମ ଆହୁରି ସ୍ପଷ୍ଟ ହେବ, ଯେତେବେଳେ ଭାରତ ସରକାର ଚିନାବ ନଦୀର ପାଣିକୁ ଅଟକାଇବା ପ୍ରକ୍ରିୟାକୁ ଆହୁରି ଜୋରଦାର କରିବେ।

Leave A Reply

Your email address will not be published.