ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ନାମଫଳକରୁ ହଟିଲା ଜଗନ୍ନାଥ ଧାମ ନାମ

0

ଭୁବନେଶ୍ବର: ଥମୁନି ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ବିବାଦ। ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଛି। ସବୁଆଡୁ ବିରୋଧର ସୁଅ ଛୁଟୁଛି। ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଲାଗି ରହିଥିବାବେଳେ ସୋମବାର ମନ୍ଦିର ସମ୍ମୁଖରୁ ହଟାଇ ଦିଆଯାଇଛି ‘ଜଗନ୍ନାଥ ଧାମ’ ଫଳକ। ଜଗନ୍ନାଥପ୍ରେମୀଙ୍କ ତୀବ୍ର ବିରୋଧ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସମ୍ମୁଖରେ ‘ଜଗନ୍ନାଥ ଧାମ’ ଲେଖାଥିବା ସେଲ୍‌ଫି ପଏଣ୍ଟକୁ ପଶ୍ଚିମବଙ୍ଗ ସରକାର ହଟାଇ ଦେଇଛନ୍ତି। ଏନେଇ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି ବିଜେପି ମିଡିଆ ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ।

ଏପଟେ ଦୀଘା ଦାରୁ ଦିଅଁ ବିବାଦରେ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ବିରୋଧରେ କଣ ହେବ କାର୍ଯ୍ୟାନୁଷ୍ଠାନ ? ଜେରା ପରେ ଆସନ୍ତା ୭ ଦିନ ଭିତରେ କୈଫିୟତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଉତ୍ତର ସନ୍ତୋଷଜନକ ନହେଲେ ଶ୍ରୀମନ୍ଦିର ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି। ମହାପ୍ରଭୁଙ୍କ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବିଭ୍ରାନ୍ତ କରିବା ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁର୍ଣ୍ଣ ଅଭିଯୋଗରେ ରାମକୃଷ୍ଣଙ୍କୁ କୈଫିୟତ୍ ତଲବ କରାଯାଇଛି। ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ନମିଳିଲେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଅନୁଯାୟୀ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି।

Leave A Reply

Your email address will not be published.