ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଯୋଗଗୁରୁ ପଦ୍ମଶ୍ରୀ ଶିବାନନ୍ଦ ମହାରାଜଙ୍କ ପରଲୋକ

0

ଉତ୍ତରପ୍ରଦେଶ: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଯୋଗଗୁରୁ ସ୍ଵାମୀ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ପରଲୋକ ଘଟିଛି। ରବିବାର ୧୨୮ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି। ହୃଦଘାତ ଯୋଗୁ ସ୍ଵାମୀ ଶିବାନନ୍ଦଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେ ଉତ୍ତରପ୍ରଦେଶର ବାରାଣସୀରେ ରହୁଥିଲେ।

ଶିବାନନ୍ଦ ୮ ଅଗଷ୍ଟ ୧୮୯୬ରେ ବ୍ରିଟିଶ ଇଣ୍ଡିଆ ଅଧୀନସ୍ଥ ସିଲହଟ ଜିଲ୍ଲା (ବର୍ତ୍ତମାନ ବାଂଲାଦେଶରେ)ରେ ଜନ୍ମ ଗ୍ରହଣ କରିଥିଲେ। ଏହି ସହରଟି ବର୍ତ୍ତମାନ ବାଂଲାଦେଶର ଅଂଶ ଅଟେ। ମାତ୍ର ୬ ବର୍ଷ ବୟସରେ ସେ ତାଙ୍କ ମା’ ଓ ବାପାଙ୍କୁ ହରାଇଥିଲେ। ଏହାପରେ ତାଙ୍କୁ ପଶ୍ଚିମବଙ୍ଗର ନବଦ୍ଵୀପଠାରେ ଥିବା ଗୁରୁଜୀଙ୍କ ଆଶ୍ରମକୁ ଅଣାଯାଇଥିଲା। ଗୁରୁ ଓମକାରନନ୍ଦ ଗୋସ୍ଵାମୀ ତାଙ୍କର ଲାଳନପାଳନ ଦାୟିତ୍ଵ ନେଇଥିଲେ। ସ୍କୁଲ ଶିକ୍ଷା ମିଳି ନ ଥିଲେ ହେଁ ସେ ସମସ୍ତ ପ୍ରକାର ବ୍ୟାବହାରିକ ଏବଂ ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ଥିଲେ। ତା’ ସହ ଯୋଗବିଦ୍ୟାରେ ବି ସେ ମାହିର ଥିଲେ। ତାଙ୍କୁ ୨୦୧୯ରେ ବେଙ୍ଗାଲୁରୁରେ ‘ଯୋଗରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଯୋଗ କ୍ଷେତ୍ରରେ ଅବଦାନ ପାଇଁ ୨୦୨୨ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ଵାମୀ ଶିବାନନ୍ଦଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
ସେ ନିଜ ଜୀବନକୁ ଯୋଗ ଏବଂ ଭାରତୀୟ ଜୀବନଶୈଳୀରେ ଉତ୍ସର୍ଗ କରିଥିଲେ। ଗଙ୍ଗା ଓ ବାରଣାସୀର ତଟରେ ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ୫୦ ବର୍ଷରୁ ଅଧିକ ସମୟ ଧରି ଭିକାରୀ ମାନଙ୍କ ସେବା କରିଥିଲେ। କୁଷ୍ଠ ରୋଗରେ ଆକ୍ରାନ୍ତ ୪୦୦-୬୦୦ ଭିକାରୀ ମାନଙ୍କୁ ସେ ଚିକିତ୍ସା ଯୋଗାଇ ଦେଇଥିଲେ। ଏହି ରୋଗରେ ଆକ୍ରାନ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଡ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିଥିଲା। ସ୍ଵାମୀ ଶିବାନନ୍ଦଙ୍କ ମୃତ୍ୟୁରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.