ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ନଦୀକୁ ଡେଇଁ ଆତଙ୍କବାଦୀଙ୍କ ସହଯୋଗୀ ମୃତ

0

ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଛି। ଏହି ସମୟରେ, କୁଲଗାମ ଜିଲାର ଟାଙ୍ଗମାର୍ଗରେ ପଚରାଉଚରା ପାଇଁ ଅଟକ ଥିବା ଜଣେ ଯୁବକ ଖସିଯିବାକୁ ଚେଷ୍ଟା କରିବା ସମୟରେ ଏକ ନାଳକୁ ଡେଇଁ ପଡ଼ି ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଜାମ୍ମୁ କାଶ୍ମୀର କୁଲଗାମରେ ଏହି ଯୁବକଙ୍କ ମୃତଦେହ ମିଳିଛି।

କୁଲଗାମ ଜିଲ୍ଲାର ଆହରବଲ ଅଞ୍ଚଳର ଆଡବଲ ଡ୍ରେନ୍ରୁ ଇମତିଆଜ ଅହମଦ ମାଗ୍ରେଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାଗ୍ରେଙ୍କ ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ଡ୍ରୋନ୍ ଫୁଟେଜ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଯୁବକ ଆଡବାଲ୍ ଡ୍ରେନ୍‌କୁ ଡେଇଁ ଭାସି ଯାଉଥିବାର ଦେଖାଯାଇଥିଲା। ଇମତିଆଜ ଅହମଦ ମାଗ୍ରେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଥିବା ପୋଲିସ କହିଛି।

୨୩ ବର୍ଷୀୟ ଇମତିଆଜ ଅହମ୍ମଦ ମାଗ୍ରେ ଆହରବଲ ଅଞ୍ଚଳର ବାସିନ୍ଦା ଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଶନିବାର ଟାଙ୍ଗିମାର୍ଗ ଅଞ୍ଚଳରୁ ପଚରାଉଚରା ପାଇଁ ନିଆଯାଇଥିଲା ଏବଂ ପଚରାଉଚରା ସମୟରେ ସେ ଆତଙ୍କବାଦୀଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବସ୍ଥା କରିଥିବା ସ୍ବୀକାର କରିଛନ୍ତି।

ସୁରକ୍ଷା ବାହିନୀର ସୂଚନା ଅନୁଯାୟୀ, ପଚରାଉଚରା ଆଧାରରେ ତାଙ୍କୁ ଆତଙ୍କବାଦୀଙ୍କ ଏକ ଆଡ୍ଡାକୁ ନିଆଯାଉଥିଲା। ରବିବାର ସକାଳେ, ପୋଲିସ ଏବଂ ସେନାର ଏକ ମିଳିତ ଦଳ ତାଙ୍କୁ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆଡ୍ଡା ଆଡକୁ ନେଇ ଯାଉଥିଲେ। ଅଧିକାରୀଙ୍କ ଅନୁଯାୟୀ, ସେ ହାଜତରୁ ଖସିଯିବାକୁ ଚେଷ୍ଟା କରିଥିଲେ ଏବଂ ଭଇଁଷା ନଦୀକୁ ଡେଇଁ ପଡ଼ିଥିଲେ କିନ୍ତୁ ପାଣିର ସ୍ରୋତରେ ସେ ଭାସି ଯାଇଥିଲେ।

Leave A Reply

Your email address will not be published.