ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଟ୍ରକକୁ ଧକ୍କା ଦେଲା ଟ୍ରଲର: ଚାଲିଗଲା ୧୩ ଜଣଙ୍କ ଜୀବନ, ୧୨ ଆହତ

0

ଛତିଶଗଡ଼: ଛତିଶଗଡ଼ର ରାୟପୁର-ବାଲୋଦାବଜାର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ସହିତ ଟ୍ରକର ଧକ୍କା ହେବା ଫଳରେ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଏମାନଙ୍କ ମଧ୍ୟରେ ୯ ଜଣ ମହିଳା ଏବଂ ୪ ଜଣ ଶିଶୁ ଥିବା ସୂଚନା ରହିଛି। ଅନ୍ୟପଟେ ଏହି ଦୁର୍ଘଟଣାରେ ୧୨ରୁ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ଏହି ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ବାନା ବନାରସୀରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବାବେଳେ, ମଧ୍ୟ ରାତ୍ରୀରେ ଦୁର୍ଘଟଣାଟି ଘଟିଛି। ଏହି ସମୟରେ ବାଙ୍ଗୋଲିଠାରେ ରାୟପୁରରୁ ଆସୁଥିବା ଏକ ଟ୍ରେଲର୍ ଟ୍ରକ୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡ଼ିର ଅନେକ ଅଂଶ କ୍ଷତିଗ୍ରସ୍ତ ହୋଇଛି ଏବଂ ୧୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ରାୟପୁରର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ରାଯାଇଛି। କୁହାଯାଉଛି ଯେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର। ଏଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରିଖିଛି।

Leave A Reply

Your email address will not be published.