ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

0

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ। ଦ୍ୱାଦଶରେ ୮୮.୩୯% ଛାତ୍ରୀଛାତ୍ର ପାସ କରିଛନ୍ତି। ଭୁବନେଶ୍ବରରେ ପାସହାର ରହିଛି ୮୩.୬୪%। ଦେଶରେ ଛାତ୍ରୀଙ୍କ ପାସହାର ୯୧.୬୪%, ଛାତ୍ରଙ୍କ ପାସହାର ୮୫.୭୦% ରହିଛି। ଛାତ୍ରଛାତ୍ରୀମାନେ cbse.gov.in , cbseresults.nic.in , results.cbse.nic.in ୱେବସାଇଟରେ ରେଜଲ୍ଟ ଦେଖି ପାରିବେ। ଏହି ୱେବସାଇଟରେ ଲଗଇନ କରି ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖି ପାରିବେ। ଯେଉଁମାନଙ୍କର ଇଂଟରନେଟ ସଂଯୋଗ ନାହିଁ ସେମାନେ ଇଂଟେରାକ୍ଟିଭ ଭଏସ ରେସପନ୍ସ ସିଷ୍ଟମ (ଆଇଭିଆରଏସ) ଜରିଆରେ ରେଜଲ୍ଟ ଜାଣିପାରିବେ। ଏହି ଜରିଆରେ ଏସଟିଡି କୋଡ୍ ଦେଇ ଏବଂ ରୋଲ ନମ୍ବର ସହିତ ଅନ୍ୟାନ୍ୟ ଜରୁରୀ ତଥ୍ୟ ଦେଇ ରେଜଲ୍ଟ ଜାଣି ପାରିବେ।

ସେହିପରି ଏସଏମଏସ ଜରିଆରେ ମଧ୍ୟ ରେଜଲ୍ଟ ଜାଣି ପାରିବେ। ୭୭୩୮୨୯୯୮୯୯ କୁ CBSE10 ଲେଖି ରେଜଲ୍ଟ ଦେଖି ପାରିବେ। ୨୦୨୪ରେ ୮୭.୯୮ ପ୍ରତିଶତ ପାସ୍ ହାର ରହିଥିବା ବେଳେ ଚଳିତବର୍ଷ ୦.୪୧ ପ୍ରତିଶତ ପାସ୍ ହାର ବୃଦ୍ଧି ପାଇଛି। ଦେଶରେ ଛାତ୍ରୀଙ୍କ ପାସ୍‌ହାର ୯୧.୬୪%, ଛାତ୍ରଙ୍କ ପାସ୍‌ହାର ୮୫.୭୦% -JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ୍‌ ରହିଛି।

Leave A Reply

Your email address will not be published.