ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଯାଜପୁରରେ ବୋମା ଫୁଟି ୨ ମୃତ, ଜଣେ ଗୁରୁତର

0

ଯାଜପୁର: ବୋମା ବିସ୍ଫୋରଣରେ ୨ ମୃତ ଜଣେ ଗୁରୁତର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ। ଗୁରୁତରଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ତେବେ କୁହାଯାଉଛି ୩ ଯୁବକ କଳାପଲସରରେ ଆସି ଏକ ମଦ କାଉଣ୍ଟର ପାଖରେ ଅଟକିଥିଲେ। ସେହି ସମୟରେ ବିସ୍ଫୋରଣ ହୋଇଥିଲା। ଏହା ମଧ୍ୟ ଚର୍ଚ୍ଚା ହେଉଛି କି ଉକ୍ତ ଯୁବକଙ୍କ ଉପରକୁ କେହି ବୋମା ପକାଇ ନାହାନ୍ତି କିମ୍ବା ସେମାନେ ମଧ୍ୟ କାହା ଉପରକୁ ବୋମା ନିକ୍ଷେପ କରି ନାହାନ୍ତି। ସେମାନେ ସାଥିରେ ବୋମା ନେଇ ଯାଉଥିବା କୁହାଯାଉଛି। ଅନ୍ୟପକ୍ଷେ ଉକ୍ତ ଯୁବକ ବଡ଼ଚଣା ନିକଟ ଦେଉଳକୂଳ ଗ୍ରାମର ବୋଲି କୁହାଯାଉଛି।

Leave A Reply

Your email address will not be published.