ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଡାଲା ଅଟୋ ଓଲଟି ୨ ମହିଳା ମୃତ, ୧୪ ଆହତ

0

ଆସିକା: ଆସିକା କୋଟିନଡ଼ା ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଡାଲା ଅଟୋ ଓଲଟି ୨ ମହିଳା ମୃତ, ୧୪ ଜଣ ଆହତ ହୋଇଥିବା ସୂଚନା। ଗଞ୍ଜାମ ଜିଲ୍ଲା ଆସିକା-କୋଟିନଡା ଥାନା ଅନ୍ତର୍ଗତ ଭେଟନଈ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତର ମାନଙ୍କୁ ଆସ୍କା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଭେଟନଈ ଗାଁର ଗାୟତ୍ରୀ ଗୌଡ଼ ଓ ସରୋଜିନୀ ସାହୁ ବୋଲି ପରିଚୟ ମିଳିଛି।

ସୂଚନା ମୁତାବକ, ସାନଖୋଲି ଗ୍ରାମକୁ ଯଜ୍ଞ ଦେଖିବାକୁ ଭେଟନଈ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ଲୋକ ଏକ ଡାଲା ଅଟୋରେ ଯାଇଥିଲେ। ଯଜ୍ଞ ଦେଖି ଫେରୁଥିବା ସମୟରେ ରାତିରେ ଭାରସାମ୍ୟ ହରାଇ ଅଟୋଟି ବଡଖୋଲି ଓ ଭେଟନଈ ମଝି ରାସ୍ତାରେ ଓଲଟି ପଡିଥିଲା।

ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିଲେ। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଆହତଙ୍କୁ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.