ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ନିଖୋଜ ସିଆରପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ବଲାଙ୍ଗୀର: ଗତ ଶୁକ୍ରବାର ଦିନରୁ ନିଖୋଜ ଥିବା ଜଣେ ସିଆରପିଏଫ୍ ଯବାନଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ବଲାଙ୍ଗୀରର ଲରମ୍ଭା ଥାନା ଅନ୍ତର୍ଗତ ଘାସିଆନ ଗାଁ ନିକଟ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଗଣେଶରାମ ଭୋଇ ହୋଇଥିବା ବେଳେ ସେ କିଛି ଦିନ ପୂର୍ବରୁ ଛୁଟିରେ ନିଜ ଗ୍ରାମକୁ ଫେରିଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳେ ଗାଁ ଲୋକଙ୍କ ଏକ ଗୋଷ୍ଠୀ ନିକାଞ୍ଚନ ଅଞ୍ଚଳରେ ମୃତଦେହ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା। ପରିବାର ସଦସ୍ୟମାନେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରୁଥିବା ବେଳେ ପୋଲିସ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ମାମଲା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ଫୋରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶୁକ୍ରବାର ଯବାନ ଜଣକ ଘରେ ନିଜ ଫୋନ୍ ଛାଡି ଦେଇ ହଠାତ୍ କୁଆଡେ ପଳାଇ ଯାଇଥିଲେ। ପରିବାର ବର୍ଗ ତାଙ୍କ ସହିତ ଯୋଗାଯୋଗ କରିନପାରିବାରୁ ନିଖୋଜ ରିପୋର୍ଟ କରିଥିଲେ।

Leave A Reply

Your email address will not be published.