ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

୨୩ରୁ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

0

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆସନ୍ତା ୨୩ ତାରିଖରୁ ୧୧ତମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୫ ଆରମ୍ଭ ହେବ। ଜୁନ୍‌ ୨ ଯାଏ ଏହି ମେଳା ଚାଲିବ। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁଏହି ମେଳାର ଆୟୋଜନ କରାଯାଇଛି।

ରେଡକ୍ରସ୍‌ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟର ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତା, ନିର୍ଦ୍ଦେଶକ ପାୟଲ ଆଚାର୍ଯ୍ୟ ଗୁପ୍ତା, ଦୀପକ ମହାନ୍ତି, ପ୍ରପର୍ଟି ବ୍ରାଣ୍ଡ୍‌ ପରିଚାଳନା ନିର୍ଦ୍ଦେଶକ ସଚିନ ସିଂହ ଓ ରଶ୍ମିରଞ୍ଜନ କାନୁନ୍‌ଗୋ ଉପସ୍ଥିତ ରହି ମେଳା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ଏହି ମଲ୍ଟି ସେକ୍ଟର ବିଟୁବି ଏବଂ ବିଟୁସି ପ୍ରଦର୍ଶନୀରେ ୨୨ଟି ରାଜ୍ୟ ଓ ୧୦ଟି ଦେଶରୁ ବ୍ୟବସାୟୀ ଯୋଗଦେବେ। ୪୫୦ ଷ୍ଟଲରେ ୧ଲକ୍ଷରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଉତ୍ପାଦ ଏଠାରେ ଉପଲବ୍ଧ ହେବ। ରିଏଲ ଇଷ୍ଟେଟ, ଷ୍ଟାର୍ଟ ଅପ୍‌ କମ୍ପାନୀ, ଉତ୍ପାଦକ, ବିକାଶକାରୀ, ବ୍ୟାଙ୍କ, ନିର୍ମାଣ ସାମଗ୍ରୀ, ହାର୍ଡୱେର୍‌, ଆସବାବପତ୍ର, ଆଭ୍ୟନ୍ତରୀଣ, ଶିକ୍ଷା, ଘର ସାଜସଜ୍ଜା ସାମଗ୍ରୀ ପାଇପାରିବେ। ଥାଇଲ୍ୟାଣ୍ଡର ଅଳଙ୍କାର ଓ ଫୁଟ୍‌ ଓ୍ବେର୍‌, କୋରିଆ ଲେଡ଼ିଜ୍‌ ଆସେସୋରିଜ୍‌, ଥାଇ ଫୁଲ, ଆଫଗାନିସ୍ତାନ ଡ୍ରାଏ ଫ୍ରୁଟସ୍‌, ଦୁବାଇ କପଡ଼ା, ରାଜସ୍ଥାନୀ ମାର୍ବଲ, ଇରାନୀ ପର୍ସିଆନ କାର୍ପେଟ, ତୁର୍କୀ ମିଠା, କାଶ୍ମୀରୀ ଫର୍ନିଚର, ଇରାନୀ ଗହଣା, ମାଲେସିଆର ଫାଉଣ୍ଟେନ୍‌ ଏବଂ ବାଲାଂଦେଶୀ ହ୍ୟାଣ୍ଡଲୁମ ସହ ଭାରତୀୟ ହସ୍ତତନ୍ତ ଉତ୍ପାଦମାନ ଏହି ମେଳାରେ ଉପଲବ୍ଧ ହେବ। ଫୁଡ୍‌ ଜୋନରେ ଚମ୍ପାରନ୍‌ ମଟନଠାରୁ ଆରମ୍ଭ କରି ଗ୍ରାହକ ସୁସ୍ବାଦୁ ଖାଦ୍ୟ ମଜା ପାଇପାରିବେ। ପ୍ରତିଦିନ ଅପରାହ୍ନ ୨ଟା ୩୦ ରାତି ୧୦ ଟା ଯାଏ ମେଳା ଖୋଲାରହିବ।

Leave A Reply

Your email address will not be published.