ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ପାସ୍‌ ହାର ୮୨.୭୭ ପ୍ରତିଶତ

0

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଅପରାହ୍ନ ୪ ଟା ସମୟରେ ପ୍ରକାଶ ପାଇଛି ଯୁକ୍ତ ଦୁଇ ରେଜଲ୍ଟ। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରକାଶ ପାଇଛି ଫଳ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା । CHSE କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ଛାତ୍ରୀଛାତ୍ର results.digilocker.gov.inରେ ନିଜ ନିଜର ରେଜଲ୍ଟ ଦେଖିପାରିବେ।

ଚଳିତ ବର୍ଷ ପାସ୍‌ ହାର ୮୨.୭୭ ପ୍ରତିଶତ ରହିଛି। ଚଳିତ ବର୍ଷ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି। ଝିଅଙ୍କ ପାସ ହାର୍‌ ୮୭.୨୪% ଥିବା ବେଳେ ପୁଅଙ୍କ ପାସ ହାର୍‌ ୭୭.୮୮% ରହିଛି। ୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। କଳାରେ ପାସ୍‌ହାର ୮୦.୫୧% ରହିଥିବା ବେଳେ ବିଜ୍ଞାନରେ ପାସ୍‌ହାର ୮୭.୪୯% ରହିଛି। ବାଣିଜ୍ୟରେ ୮୩.୨% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଧନ୍ଦାମୂଳକରେ ୬୦% ଛାତ୍ରୀଛାତ୍ର ପାସ୍‌ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ୩ଲକ୍ଷ ୯୩ହଜାର ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେଇଥିଲେ। ଏଥିରୁ କଳା ବିଭାଗରେ ୨ ଲକ୍ଷ ୪୭ ହଜାର, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର, ବାଣିଜ୍ୟରେ ୨୫ହଜାର ଓ ଧନ୍ଦାମୂଳକରେ ୫ହଜାର ଛାତ୍ରୀଛାତ୍ର ରହିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨୭ରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇଥିଲା। ଏପ୍ରିଲ ୨ରୁ ଖାତା ଦେଖା ଆରମ୍ଭ ହୋଇ ମେ’ ୧ରେ ଶେଷ ହୋଇଥିଲା।

Leave A Reply

Your email address will not be published.