ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା

0

ଜୁନରୁ ମିଳିବ ୩୫୦୦ ଟଙ୍କା
ଭୁବନେଶ୍ବର: ଦିବ୍ୟାଙ୍ଗଙ୍କ ପାଇଁ ଖୁସିଖବର। ବଢ଼ିଲା ଭତ୍ତା। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢିଲା। ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତାଠାରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର। ଏଣିକି ୩୫୦୦ ଟଙ୍କା ଭତ୍ତା ଦେବେ ସରକାର। ଏନେଇ ସମସ୍ତ ଡିଏସଏସଓଏସଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁନ ମାସରୁ ଏହି ବର୍ଦ୍ଧିତ ଭତ୍ତା ମିଳିବ।

ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କର ଅକ୍ଷମତା ୮୦ ଭାଗରୁ ଅଧିକ ହୋଇଥିବ , ସୋମନଙ୍କୁ ମଧ୍ୟ ଜୁନ୍ ମାସରୁ ମାସିକ ୩ ହଜାର ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ଏହି ଭତ୍ତା ବରିଷ୍ଠ ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସ୍ଵାବଲମ୍ବୀ ଭାବେ ଜୀବନ ଯାପନ କରିବାରେ ସହାୟତା କରିବ। ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ଦ୍ବାରା ଉପକୃତ ହେବେ ରାଜ୍ୟର ୪ ଲକ୍ଷ ୧୭ ହଜାର ୪୯୬ଜଣ ହିତାଧିକାରୀ।

Leave A Reply

Your email address will not be published.