ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌

0

ବାରଙ୍ଗ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବାରଙ୍ଗ ଥାନା ଷଣ୍ଢପୁର ଛକ ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତାରେ ଏକ ଟ୍ରକ୍‌ ସହ ମନ୍ତ୍ରୀଙ୍କ କାର୍ ଟି ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନଥିବା ସୂଚନା ରହିଛି। କେବଳ ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି।

ସୂଚନାନୁସାରେ, ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜ ନିର୍ବାଚନ ମଣ୍ଡଳୀ ଢେଙ୍କାନାଳରୁ ଓଡି ୦୨ ସିଓ୍ବାଇ ୫୫୫୫ ନମ୍ବର କାର୍‌ ଯୋଗେ କାରକେଡ୍‌ ନେଇ ଭାୟା ଆଠଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଛକ ନିକଟରେ ପହଞ୍ଚିଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଆର ୦୨ ବିଓ୍ବାଇ ୦୦୩୯ ନମ୍ବର ଏକ ରେଡିମିକ୍ସ ଗାଡ଼ି ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ମନ୍ତ୍ରୀଙ୍କ ଗାଡିର ଡ଼ାହାଣ ପାର୍ଶ୍ୱ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣମନ୍ତ୍ରୀ। ଖବରପାଇ ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେଡିମିକ୍ସ ଗାଡ଼ିଟିକୁ ଜବତ କରି ଥାନାକୁ ଆଣି ତଦନ୍ତ କରୁଥିବା ବେଳେ ମନ୍ତ୍ରୀ ପାତ୍ର ଅନ୍ୟ ଏକ ଘରୋଇ ଗାଡ଼ିରେ ଭୁବନେଶ୍ୱର ଫେରିଥିବାର ଜଣାପଡ଼ିଛି।

Leave A Reply

Your email address will not be published.