ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ବିମାନ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ପରଲୋକ

0

ଗୁଜୁରାଟ: ଗୁଜୁରାଟର ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୪୨ ଜଣ ଥିଲେ, ଯେଉଁଥିରେ ୨ ଜଣ ପାଇଲଟ୍ ଏବଂ ୧୦ ଜଣ କ୍ୟାବିନ କ୍ରୁ ଥିଲେ ।ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଥିଲେ।
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ ସୂଚନା ଦେଇଛନ୍ତି। ବିମାନ ଦୁର୍ଘଟଣାରେ ମୃତକମାନଙ୍କ ମଧ୍ୟରେ ରୁପାନୀ ରହିଥିବା ପାଟିଲ ସ୍ପଷ୍ଟ କରିଛନ୍ତି। ରୁପାନୀ ଏୟାରଇଣ୍ଡିଆର ଉକ୍ତ ବିମାନରେ ଲଣ୍ଡନ ଯାତ୍ରା କରୁଥିଲେ। ବିଜୟ ରୂପାନୀ ସିଟ୍ ନମ୍ୱର 2-D ରେ ବସିଥିଲେ। ତାଙ୍କ ଟିକେଟ୍ ନିଶ୍ଚିତ ମଧ୍ୟ ହୋଇଥିଲା। ବିଜୟ ରୂପାନୀଙ୍କ ପତ୍ନୀ ୬ ମାସ ଧରି ବ୍ରିଟେନରେ ଅଛନ୍ତି। ବିଜୟ ରୂପାନୀ ତାଙ୍କୁ ଆଣିବା ପାଇଁ ଲଣ୍ଡନ ଯାଉଥିଲେ।

ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆ ବିମାନ ଅପରାହ୍ନ ୧ଟା ୩୮ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ ମଧ୍ୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ନିକଟରେ ଥିବା ଜନବସତି ଭିତରେ ଖସିପଡ଼ିଥିଲା। ଜନବସତିରେ ଥିବା ବି​‌ଜେ ମେଡିକାଲ କଲେଜ ହଷ୍ଟେଲ କୋଠା ଉପରେ ବିମାନ ଖସିପଡ଼ିଥିଲା। ବିମାନରେ ୨୩୦ ଯାତ୍ରୀ ଓ ୧୨ କ୍ରିଉ ସଦସ୍ୟଙ୍କୁ ମିଶାଇ ମୋଟି ୨୪୨ ଜଣ ଥିଲେ। ଏହି ଦୁର୍ଘଟଣାରେ ୨୦୦ରୁ ଅଧିକ ଯାତ୍ରୀ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। କିନ୍ତୁ ସରକାରୀ ସ୍ତରରେ କିଛି ସ୍ପଷ୍ଟ କରାଯାଇ ନାହିଁ।

Leave A Reply

Your email address will not be published.