ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଦେବ ଟାଟା ଗ୍ରୁପ

0

ଗୁଜରାଟ: ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ଘଟିଥିବା ବଡ଼ ଧରଣର ବିମାନ ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଇଛି। ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଆଉ ଏଥି ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ଜଣଙ୍କର ହିଁ ଜୀବନ ବଞ୍ଚିଯାଇଛି। ଦୁର୍ଘଟଣାସ୍ଥଳକୁ ବିଏସଏଫ ଏବଂ ଏନଡିଆରଏଫ ଦଳ ପଠାଯାଇଛି। ତେବେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଟାଟା ଗ୍ରୁପ ପକ୍ଷରୁ ଘୋଷଣା କରାଯାଇଛି।

ଏୟାରଇଣ୍ଡିଆର ମାଲିକାନା ଟାଟା ଗ୍ରୁପ ହାତରେ ରହିଥିବାରୁ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ଟାଟା ବହନ କରିବ। ସେହିପରି ଦୁର୍ଘଟଣାସ୍ଥଳରେ କ୍ଷତିଗ୍ରସ୍ତ ହୋଇଥିବା କୋଠାର ପୁନଃନିର୍ମାଣ କରାଯିବା ନେଇ ମଧ୍ୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହା ସହିତ, ସମସ୍ତ ଆହତଙ୍କ ଖର୍ଚ୍ଚ ମଧ୍ୟ ବହନ କରି ବ। ସେହି ସମୟରେ, ଟାଟା ଗ୍ରୁପ୍ ବିଜେ ମେଡିକାଲ କଲେଜର ହଷ୍ଟେଲକୁ ମଧ୍ୟ ପୁନଃନିର୍ମାଣ କରିବ।

ଅହମ୍ମଦାବାଦ ବିମାନ ଦୁର୍ଘଟଣା ଉପରେ ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ କହିଛନ୍ତି, “ଆମେ ଏହି ଦୁର୍ଘଟଣା ପାଇଁ ବହୁତ ଦୁଃଖିତ। ଏହି ଘଟଣାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । କେହି ଏହାକୁ କ୍ଷତିପୂରଣ ଦେଇପାରିବେ ନାହିଁ। ଏହି ଦୁର୍ଘଟଣାରେ ଆମେ ଅନେକ ପ୍ରିୟଜନଙ୍କୁ ହରାଇଛୁ।”

Leave A Reply

Your email address will not be published.