ଭୁବନେଶ୍ଵର: ରାଜ୍ୟରେ ଆସନ୍ତା ୨୦ ତାରିଖରେ ଖୋଲିବ ସମସ୍ତ ସ୍କୁଲ। ୧୮ ବଦଳରେ ୨୦ରେ ସ୍କୁଲ ଖୋଲିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ। ପ୍ରବଳ ଖରା ପାଇଁ ଏପ୍ରିଲ ୨୩ ରୁ ରାଜ୍ୟ ସରକାର ଖରା ଛୁଟି ଘୋଷଣା କରିଥିଲେ। ଆସନ୍ତା ୨୦ରୁ ଖୋଲିବ ସ୍କୁଲ।
ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍ବଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ ଉପରେ ଗୁରୁତ୍ବ ଦିଆଯାଇଛି। ବିଦ୍ୟାଳୟ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ ୧୯ ତାରିଖରେ ଶିକ୍ଷକ, କର୍ମଚାରୀ, ପାଚିକା ଏବଂ ସହାୟିକାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଝାଡ଼ାବାନ୍ତି ଗୋଟିଏ ପରେ ଗୋଟିଏ ଜିଲାକୁ ବ୍ୟାପୁଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣର ଭୟ ମଧ୍ୟ ରହିଛି। ଏବେ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାରୁ ଅଭିଭାବକମାନେ ଆଶ୍ବସ୍ତ ଅଛନ୍ତି। ୨୦ରୁ ବିଦ୍ୟାଳୟ ଖୋଲିବା ପରେ ଏ ଦିଗରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି।
ଶିଶୁବାଟିକାରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ତେଣୁ ନିୟମିତ ଭାବରେ ଏହାର ମାନ ଯାଞ୍ଚ କରିବେ ଅଭିଭାବକମାନେ। ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ ଅଭିଭାବକ। ଯେପରି ପିଲାଙ୍କ ମଧ୍ୟାହ୍ନ ଭୋଜନର ଗୁଣବତ୍ତାରେ ହ୍ରାସ ନ ହୁଏ ସେନେଇ ଧ୍ୟାନ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post