ପ୍ରମୁଖ ଖବର

ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର
ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌
୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ବନ୍ଧୁକ ସହ ୧୦ଟି କଟୁରୀ ଜବତ
ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଟ୍ରାଫିକ୍ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

କେଦାରନାଥ ରାସ୍ତାରେ ଭୂସ୍ଖଳନ ଘଟି ୨ ମୃତ,ଏକାଧିକ ଆହତ

0

ଉତ୍ତରାଖଣ୍ଡ: କେଦାରନାଥ ଧାମ ପାଦଚଲା ପଥରେ ଆଜି (ବୁଧବାର ଜୁନ୍ ୧୮) ସକାଳ ପ୍ରାୟ ୧୧.୨୦ ସମୟରେ ଜଙ୍ଗଲଚଟି ନିକଟରେ ପାହାଡ଼ ଉପରୁ ପଥର ଖସିଥିଲା । ଏହି ଭଗ୍ନାବଶେଷ ତଳେ ୬ ଜଣ ଫସି ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଜଙ୍ଗଲଚଟି ପୋଷ୍ଟରେ ମୁତୟନ ପୋଲିସ ଫୋର୍ସ ଏବଂ ଡିଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ମିଳିଥିବା ସୂଚନାମୁତାବକ, ଏହି ଭୂସ୍ଖଳନ ଯୋଗୁଁ କିଛି ଲୋକ ଖାଇରେ ପଡ଼ିଯାଇଥିଲେ,ଯେଉଁମାନଙ୍କୁ ଉଦ୍ଧାର କରାଯାଇ ଉପରକୁ ଅଣାଯାଇଥିଲା। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି ଏବଂ ଦୁଇ ଜଣ ପୁରୁଷ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ଗୌରୀକୁଣ୍ଡକୁ ପଠାଯାଇଛି। ଏହା ବ୍ୟତୀତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ନିଖୋଜ ଅଛନ୍ତି। ସମସ୍ତଙ୍କ ନାମ ଏବଂ ଠିକଣା ଚିହ୍ନଟ କରାଯାଉଛି।

କେଦାରନାଥ ରାସ୍ତାରେ ଭୂସ୍ଖଳନ ଘଟି ୨ ମୃତ,ଏକାଧିକ ଆହତ
କେଦାରନାଥ ଧାମ ପାଦଚଲା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହଛି । ତିନି ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କର ସନ୍ଧାନ ଜାରି ରହିଛି । ମୃତକ ହେଲେ ନୀତିନ କୁମାରଙ୍କ ପୁଅ ରାଭେଲ ସିଂହ (ଜିଲ୍ଲା ଡୋଡା ଜମ୍ମୁ କାଶ୍ମୀର ,ବୟସ- ୧୮ବର୍ଷ),ଚନ୍ଦ୍ରଶେଖର (ଜିଲ୍ଲା ଡୋଡା ଜମ୍ମୁ କାଶ୍ମୀର ) ।

ସୂଚନାନୁଯାୟୀ, କେଦାରନାଥ ଧାମ ପାଦଚଲା ପଥରେ ଆଜି (ବୁଧବାର ଜୁନ୍ ୧୮) ସକାଳ ପ୍ରାୟ ୧୧.୨୦ ସମୟରେ ଜଙ୍ଗଲଚଟି ନିକଟରେ ପାହାଡ଼ ଉପରୁ ପଥର ଖସିଥିଲା । ଏହି ଭଗ୍ନାବଶେଷ ତଳେ ୬ ଜଣ ଫସି ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଜଙ୍ଗଲଚଟି ପୋଷ୍ଟରେ ମୁତୟନ ପୋଲିସ ଫୋର୍ସ ଏବଂ ଡିଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ମିଳିଥିବା ସୂଚନାମୁତାବକ, ଏହି ଭୂସ୍ଖଳନ ଯୋଗୁଁ କିଛି ଲୋକ ଖାଇରେ ପଡ଼ିଯାଇଥିଲେ,ଯେଉଁମାନଙ୍କୁ ଉଦ୍ଧାର କରାଯାଇ ଉପରକୁ ଅଣାଯାଇଥିଲା। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି ଏବଂ ଦୁଇ ଜଣ ପୁରୁଷ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ଗୌରୀକୁଣ୍ଡକୁ ପଠାଯାଇଛି। ଏହା ବ୍ୟତୀତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ନିଖୋଜ ଅଛନ୍ତି। ସମସ୍ତଙ୍କ ନାମ ଏବଂ ଠିକଣା ଚିହ୍ନଟ କରାଯାଉଛି।

Leave A Reply

Your email address will not be published.