ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

କେଦାରନାଥ ରାସ୍ତାରେ ଭୂସ୍ଖଳନ ଘଟି ୨ ମୃତ,ଏକାଧିକ ଆହତ

0

ଉତ୍ତରାଖଣ୍ଡ: କେଦାରନାଥ ଧାମ ପାଦଚଲା ପଥରେ ଆଜି (ବୁଧବାର ଜୁନ୍ ୧୮) ସକାଳ ପ୍ରାୟ ୧୧.୨୦ ସମୟରେ ଜଙ୍ଗଲଚଟି ନିକଟରେ ପାହାଡ଼ ଉପରୁ ପଥର ଖସିଥିଲା । ଏହି ଭଗ୍ନାବଶେଷ ତଳେ ୬ ଜଣ ଫସି ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଜଙ୍ଗଲଚଟି ପୋଷ୍ଟରେ ମୁତୟନ ପୋଲିସ ଫୋର୍ସ ଏବଂ ଡିଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ମିଳିଥିବା ସୂଚନାମୁତାବକ, ଏହି ଭୂସ୍ଖଳନ ଯୋଗୁଁ କିଛି ଲୋକ ଖାଇରେ ପଡ଼ିଯାଇଥିଲେ,ଯେଉଁମାନଙ୍କୁ ଉଦ୍ଧାର କରାଯାଇ ଉପରକୁ ଅଣାଯାଇଥିଲା। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି ଏବଂ ଦୁଇ ଜଣ ପୁରୁଷ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ଗୌରୀକୁଣ୍ଡକୁ ପଠାଯାଇଛି। ଏହା ବ୍ୟତୀତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ନିଖୋଜ ଅଛନ୍ତି। ସମସ୍ତଙ୍କ ନାମ ଏବଂ ଠିକଣା ଚିହ୍ନଟ କରାଯାଉଛି।

କେଦାରନାଥ ରାସ୍ତାରେ ଭୂସ୍ଖଳନ ଘଟି ୨ ମୃତ,ଏକାଧିକ ଆହତ
କେଦାରନାଥ ଧାମ ପାଦଚଲା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହଛି । ତିନି ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କର ସନ୍ଧାନ ଜାରି ରହିଛି । ମୃତକ ହେଲେ ନୀତିନ କୁମାରଙ୍କ ପୁଅ ରାଭେଲ ସିଂହ (ଜିଲ୍ଲା ଡୋଡା ଜମ୍ମୁ କାଶ୍ମୀର ,ବୟସ- ୧୮ବର୍ଷ),ଚନ୍ଦ୍ରଶେଖର (ଜିଲ୍ଲା ଡୋଡା ଜମ୍ମୁ କାଶ୍ମୀର ) ।

ସୂଚନାନୁଯାୟୀ, କେଦାରନାଥ ଧାମ ପାଦଚଲା ପଥରେ ଆଜି (ବୁଧବାର ଜୁନ୍ ୧୮) ସକାଳ ପ୍ରାୟ ୧୧.୨୦ ସମୟରେ ଜଙ୍ଗଲଚଟି ନିକଟରେ ପାହାଡ଼ ଉପରୁ ପଥର ଖସିଥିଲା । ଏହି ଭଗ୍ନାବଶେଷ ତଳେ ୬ ଜଣ ଫସି ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଜଙ୍ଗଲଚଟି ପୋଷ୍ଟରେ ମୁତୟନ ପୋଲିସ ଫୋର୍ସ ଏବଂ ଡିଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ମିଳିଥିବା ସୂଚନାମୁତାବକ, ଏହି ଭୂସ୍ଖଳନ ଯୋଗୁଁ କିଛି ଲୋକ ଖାଇରେ ପଡ଼ିଯାଇଥିଲେ,ଯେଉଁମାନଙ୍କୁ ଉଦ୍ଧାର କରାଯାଇ ଉପରକୁ ଅଣାଯାଇଥିଲା। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି ଏବଂ ଦୁଇ ଜଣ ପୁରୁଷ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ଗୌରୀକୁଣ୍ଡକୁ ପଠାଯାଇଛି। ଏହା ବ୍ୟତୀତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ନିଖୋଜ ଅଛନ୍ତି। ସମସ୍ତଙ୍କ ନାମ ଏବଂ ଠିକଣା ଚିହ୍ନଟ କରାଯାଉଛି।

Leave A Reply

Your email address will not be published.