ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ସୁବର୍ଣ୍ଣରେଖା ବନ୍ୟାରେ ଭାସିଗଲେ ଯୁବକ

0

ବାଲେଶ୍ବର: ପ୍ରଥମ ବର୍ଷାଜଳରେ ଉବୁଟୁବୁ ସୁବର୍ଣ୍ଣରେଖା ନଦୀ। ରାଜଘାଟରେ ଜଳସ୍ତର ବିପଦ ସଙ୍କେତ ଉପରେ ବହୁଥିବାରୁ ବାଲେଶ୍ବର ଜିଲ୍ଲାର ବସ୍ତା, ଭୋଗରାଇ, ବାଲିଆପାଳ ବ୍ଲକର ୧୦ରୁ ଅଧିକ ଗାଁରେ ପଶିଛି ବନ୍ୟାଜଳ। ବନ୍ୟା ସ୍ରୋତରେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଛନ୍ତି। ଏବେ ବିପଦ ସାଜିଛି ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ୍ ଗେଟ।

ସୁବର୍ଣ୍ଣରେଖା ବନ୍ୟାରେ ଜଣେ ଯୁବକ ଭାସିଯାଇ ନିଖୋଜ ଥିବାର ସୂଚନା ମିଳିଛି। ଅଗ୍ନିଶମ ବିଭାଗ ଯୁବକକୁ ଠାବ କରିବା ନିମନ୍ତେ ନଦୀରେ ତଲାସୀ ଜାରି ରଖିଛନ୍ତି। ନଦୀସ୍ରୋତରେ ଭାସିଯାଇଥିବା ଯୁବକ ହେଲେ ଭୋଗରାଇ ବ୍ଲକ କୁହ୍ଲା ଗ୍ରାମର ନବକୃଷ୍ଣ ପିଳା( ୨ ୨)

ସୂଚନାନୁଯାୟୀ, ସୁବର୍ଣ୍ଣରେଖାର ଉପରମୁଣ୍ଡାରେ ଭୀଷଣ ବର୍ଷା ହେବାରୁ ତଳ ମୁଣ୍ଡାରେ ବନ୍ୟା ଦେଖାଦେଇଛି। ଝାଡ଼ଖଣ୍ଡ ଗାଲୁଡ଼ିହିରୁ ଉଦବୃତ୍ତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ ଉତ୍ତର ବାଲେଶ୍ୱର ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟାସ୍ଥିତି ଗମ୍ଭୀର ହୋଇଛି। ଏଭଳି ସ୍ଥିତିରେ ୩ ନିର୍ବାଚନ ମଣ୍ଡଳୀର ବିଧାୟିକା ଓ ବିଧାୟକ ସହିତ ବିଭାଗ ଓ ପ୍ରଶାସନ ବନ୍ୟାପ୍ଲାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Leave A Reply

Your email address will not be published.