ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ସୁବର୍ଣ୍ଣରେଖା ବନ୍ୟାରେ ଭାସିଗଲେ ଯୁବକ

0

ବାଲେଶ୍ବର: ପ୍ରଥମ ବର୍ଷାଜଳରେ ଉବୁଟୁବୁ ସୁବର୍ଣ୍ଣରେଖା ନଦୀ। ରାଜଘାଟରେ ଜଳସ୍ତର ବିପଦ ସଙ୍କେତ ଉପରେ ବହୁଥିବାରୁ ବାଲେଶ୍ବର ଜିଲ୍ଲାର ବସ୍ତା, ଭୋଗରାଇ, ବାଲିଆପାଳ ବ୍ଲକର ୧୦ରୁ ଅଧିକ ଗାଁରେ ପଶିଛି ବନ୍ୟାଜଳ। ବନ୍ୟା ସ୍ରୋତରେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଛନ୍ତି। ଏବେ ବିପଦ ସାଜିଛି ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ୍ ଗେଟ।

ସୁବର୍ଣ୍ଣରେଖା ବନ୍ୟାରେ ଜଣେ ଯୁବକ ଭାସିଯାଇ ନିଖୋଜ ଥିବାର ସୂଚନା ମିଳିଛି। ଅଗ୍ନିଶମ ବିଭାଗ ଯୁବକକୁ ଠାବ କରିବା ନିମନ୍ତେ ନଦୀରେ ତଲାସୀ ଜାରି ରଖିଛନ୍ତି। ନଦୀସ୍ରୋତରେ ଭାସିଯାଇଥିବା ଯୁବକ ହେଲେ ଭୋଗରାଇ ବ୍ଲକ କୁହ୍ଲା ଗ୍ରାମର ନବକୃଷ୍ଣ ପିଳା( ୨ ୨)

ସୂଚନାନୁଯାୟୀ, ସୁବର୍ଣ୍ଣରେଖାର ଉପରମୁଣ୍ଡାରେ ଭୀଷଣ ବର୍ଷା ହେବାରୁ ତଳ ମୁଣ୍ଡାରେ ବନ୍ୟା ଦେଖାଦେଇଛି। ଝାଡ଼ଖଣ୍ଡ ଗାଲୁଡ଼ିହିରୁ ଉଦବୃତ୍ତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ ଉତ୍ତର ବାଲେଶ୍ୱର ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟାସ୍ଥିତି ଗମ୍ଭୀର ହୋଇଛି। ଏଭଳି ସ୍ଥିତିରେ ୩ ନିର୍ବାଚନ ମଣ୍ଡଳୀର ବିଧାୟିକା ଓ ବିଧାୟକ ସହିତ ବିଭାଗ ଓ ପ୍ରଶାସନ ବନ୍ୟାପ୍ଲାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Leave A Reply

Your email address will not be published.