ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଡାଇରିଆ ପରେ ଏବେ ଅଣାୟତ୍ତ ଜଣ୍ଡିସ୍‌

0

ମୟୂରଭଞ୍ଜ: ଡାଇରିଆ ପରେ ଏବେ ଡରାଉଛି ଜଣ୍ଡିସ୍। ଦୁଇ ଗାଁରେ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ ବ୍ୟାପୁଛି ଜଣ୍ଡିସ୍। ୧୫ ଦିନ ଭିତରେ ୧୯ ଜଣ ଆକ୍ରାନ୍ତ ହେଲେଣି। ଗୋପବନ୍ଧୁନଗର ବ୍ଲକର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି ଜଣ୍ଡିସ୍। ଗୋପବନ୍ଧୁନଗର ବ୍ଲକ୍‌ ଆରପଟା ପଞ୍ଚାୟତର ଖିରିପଦା ଓ ପରିଛିପୁର ଗ୍ରାମରେ ଜଣ୍ଡିସ୍‌ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସରକାରୀସ୍ତରରେ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ତା’ଠାରୁ ଢେର୍‌ ଅଧିକ ରୋଗୀ ଡାକ୍ତରଖାନା ନଯାଇ ଘରୋଇ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଏହି ଦୁଇ ଗାଁରୁ ୪୦ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି।

ଗତ ସପ୍ତାହରେ ଆକ୍ରାନ୍ତ ହୋଇଥିବା ୧୯ ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଚଳିତ ସପ୍ତାହରେ ଦୁଇ ଗ୍ରାମରୁ ଆଉ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣ୍ଡିସ୍‌ ନିୟନ୍ତ୍ରଣ ବାହାରକୁ ଯାଉଥିବାର ଦେଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୂଷିତ ପାଣି ପିଇ ରୋଗ ବ୍ୟାପୁଥିବାରୁ ପ୍ରଦୂଷିତ ଜଳଉତ୍ସକୁ ବ୍ୟବହାର ନକରିବା ଓ ପାଣିକୁ ଫୁଟାଇ ପିଇବାକୁ ସଚେତନ କରାଯାଇଛି।

ଦୁଇ ଗାଁ ର ଲୋକଙ୍କୁ ଜଣ୍ଡିସ୍‌ ରୋଗର କାରଣ ଓ ନିରାକରଣ ବିଷୟରେ ସଚେତନ କରାଯିବା ସହ ଆକ୍ରାନ୍ତଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଉଛି। ସରପଞ୍ଚ ସଞ୍ଜୟ କୁମାର ସିଂ କହିଛନ୍ତି ରୋଗ ବ୍ୟାପୁଥିବା ଦୁଇ ଗାଁରେ ଏବେ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏଥିସହ ଜରୁରିକାଳୀନ ଭିତ୍ତିରେ ଦୁଇଟି ନଳକୂପ ଖୋଳା ଚାଲିଛି। ପାନୀୟ ଜଳ ଓ ଡ୍ରେନେଜ୍‌ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦେବା ସହ ବ୍ୟାପକ ଜନସଚେତନତା କରାଇବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.