ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଯୁବକଙ୍କ ଉପରକୁ ୫ ରାଉଣ୍ଡ ଗୁଳି କଲେ ଦୁର୍ବୃତ୍ତ

0

ମୟୂରଭଞ୍ଜ: ଟଙ୍କା ବ୍ୟାଗ ମାଗିଲେ, ଟଙ୍କା ନ ଦେବାରୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥର ଅସନଯୋଡ଼ା ନିକଟରେ। ଏଥିରେ ଜଣେ ଯୁବକ ଗୁରୁତର ହୋଇ ବାରିପଦା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ଆହତ ଯୁବକ ଜଣକ ହେଲେ କୋଳିଅଣା ଥାନା କାମସା ଗ୍ରାମର ଶିବାନନ୍ଦ ବାରିକ(୩୦)। ସେ ଏକ ମଦ ଦୋକାନରେ ମ୍ୟାନେଜର ଭାବେ କାମ କରନ୍ତି।

ସୂଚନାଯୋଗ୍ୟ, ଶିବାନନ୍ଦ କୋଳିଅଣାସ୍ଥିତ ମଦ କାଉଣ୍ଟରରୁ ମୋଟାଅଙ୍କର ଟଙ୍କା ନେଇ ବାଇକରେ ବ୍ୟାଙ୍କକୁ ଡିପୋଜିଟ୍‌ କରିବା ପାଇଁ ଆସୁଥିବା ବେଳେ ଦୁଇଟି ବାଇକ୍‌ରେ ୪ ଜଣ ଯୁବକ ତାଙ୍କୁ ପିଛା କରିଥିଲେ। କୁଚେଇ-ବାଇଗଣବାଡ଼ିଆ ରାସ୍ତା ନିକଟରେ ଜନଶୂନ୍ୟ ସ୍ଥାନ ଦେଖି ଶିବାନନ୍ଦଙ୍କୁ ଅଟକାଇଥିଲେ ଓ ଟଙ୍କା ବ୍ୟାଗଦେବା ପାଇଁ କହିଥିଲେ। ହେଲେ ଶିବାନନ୍ଦ ଟଙ୍କା ଦେବାକୁ ଅରାଜି ହୋଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ଗୋଟିଏ ଗୁଳି ତାଙ୍କ ଜଙ୍ଘରେ ବାଜିଥିବାବେଳେ ଆଉ ଗୋଟିଏ ଗୁଳି ମୁଣ୍ଡରେ ବାଜି ଗୁରୁତର ହୋଇଛନ୍ତି।

ତେବେ ଟଙ୍କା ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ପହଞ୍ଚିଯିବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ବଙ୍ଗଳାରେ କଥାବାର୍ତ୍ତା ହେଉଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.