ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମହାପ୍ରଭୁଙ୍କ ମୋଦକ ଚୋରି ଅଭିଯୋଗକୁ ଖଣ୍ଡନ କଲେ ଆଇନମନ୍ତ୍ରୀ

0

ପୁରୀ: ଶ୍ରୀମନ୍ଦିର ଗାରଦରୁ ମୋଦକ ଚୋରି ଅଭିଯୋଗକୁ ଖଣ୍ଡନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଅଭିଯୋଗରେ କୌଣସି ସତ୍ୟାସତ୍ୟ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି। ରାଜବୈଦ ପ୍ରଦାନ କରିଥିବା ଦଶମୂଳ ମୋଦକ ଦାରୁଦିଅଁଙ୍କ ନିକଟରେ ଲାଗି ପୂର୍ବରୁ ଗାରଦରେ ଥିବା ବେଳେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ୭୦ ଦଶମୂଳ ମୋଦକ କିପିରି ଚୋରି ହେଲା ଓ ଏହାକୁ କିଏ ନେଲା ସେନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଥିଲେ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ମୋଦକ କିପରି ମହାପ୍ରଭୁଙ୍କ ନିକଟରେ ଲାଗି ହେଲା ପ୍ରଶ୍ନ କରିଥିଲେ। ରାଜବୈଦ୍ୟ ଦେଇଥିବା ସମୁଦାୟ ୩୧୩ ଟି ଅମୁଣିଆ ମୋଦକରୁ ୭୦ଟି କମ୍ ଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, “ଅଭିଯୋଗ ପରେ ଆମେ ତଦନ୍ତ କରିଛୁ। ପ୍ରାରମ୍ଭିକ ସୂଚନା ଆଧାରରେ ମୋଦକ ଚୋରି ସତ୍ୟ ନୁହଁ । ଯେତେବେଳେ କୌଣସି ବୈଦ୍ୟ ସେବକ ଗାରଦରେ ନେଇ ଦିଅନ୍ତି ସେହି ମୋଦକକୁ କେହିବି ଛୁଅନ୍ତି ନାହିଁ କି ଗଣନ୍ତି ନାହିଁ। ପରେ ଦଇତାପତି ନିଯୋଗର ସମ୍ପାଦକ ମଧ୍ୟ ମୋଦକ ନେଇଛନ୍ତି। ପ୍ରାଥମିକ ତଦନ୍ତରୁ ବାଡଗ୍ରାହୀଙ୍କ ଅଭିଯୋଗ ସତ୍ୟ ଆଧାରିତ ନୁହଁ। “

ଏନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “କିଛି ଲୋକ ନିଜ ପତିଆରା ଦେଖେଇବା ପାଇଁ ମିଛ ପ୍ରଚାର କରିଛନ୍ତି। ଏଭଳି ବିଭ୍ରାନ୍ତ ଗ୍ରହଣୀୟ ନୁହେଁ। ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.