ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା

0

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ ଅର୍ଥାତ୍ ୨୦୨୬ ମସିହା ଠାରୁ ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଆୟୋଜିତ କରିବ। ତେବେ ଛାତ୍ରଛାତ୍ରୀ ମାନେ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଇଚ୍ଛାଧୀନ ରହିବ। କାରଣ ମୂଲ୍ୟାଙ୍କନ କେବଳ ଥରେ କରାଯିବ। ଏହାଦ୍ବାରା ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସେମାନଙ୍କର ପ୍ରଦର୍ଶନୀକୁ ଉନ୍ନତ କରିପାରିବେ। ଯଦି କେହି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ କମ୍ ନମ୍ବର ରଖିଥିବେ ତାହେଲେ ସେ ଦ୍ୱିତୀୟ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇପାରିବେ। ତେବେ ଏହି ପରିବର୍ତ୍ତନ ପାଇଁ ନୂତନ ଜାତୀୟ ଶିକ୍ଷା ନୀତି (NEP) ରେ ସୁପାରିଶ କରାଯାଇଛି।

ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସଂୟମ୍ ଭରଦ୍ୱାଜ କହିଛନ୍ତି, “ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମେରେ ଅନୁଷ୍ଠିତ ହେବ। ସେହିପରି ଭାବରେ ଉଭୟ ପର୍ଯ୍ୟାୟର ଫଳାଫଳ ଯଥାକ୍ରମେ ଏପ୍ରିଲ ଏବଂ ଜୁନ୍ ମାସରେ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ବାଧ୍ୟତାମୂଳକ ହେବ ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟ ଇଚ୍ଛାଧୀନ ହେବ। ତେବେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଏବଂ ସେମାନେ ଚୟନ କରିଥିବା ବିଷୟ ମଧ୍ୟରୁ ଯେକୌଣସି ତିନୋଟି ବିଷୟରେ ପୁନର୍ବାର ପରୀକ୍ଷା ଦେଇ ସେମାନଙ୍କର ପ୍ରଦର୍ଶନ ଉନ୍ନତ କରିବାକୁ ଅନୁମତି ଦିଆଯିବ।”

ତେବେ ଶୀତକାଳୀନ ଅଧିବେଶନରେ ଅଂଶଗ୍ରହଣ କରୁଥିବା ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯେକୌଣସି ପର୍ଯ୍ୟାୟରେ ବୋର୍ଡ ପରୀକ୍ଷା ଦେବାର ବିକଳ୍ପ ପାଇବେ। ସିବିଏସଇ ଗତ ଫେବୃଆରୀରେ ଏହି ଡ୍ରାଫ୍ଟ ନିୟମ ଘୋଷଣା କରିଥିଲା। ପରେ ଅଂଶୀଦାରମାନଙ୍କର ମତାମତ ପାଇଁ ଏହାକୁ ସାର୍ବଜନୀନ ଡୋମେନରେ ରଖାଯାଇଥିଲା। ପରେ ସମସ୍ତଙ୍କ ସହମତି କ୍ରମେ ଏହାକୁ ମଞ୍ଜୁରୀ ଦିଆଯାଇଥିଲା।

Leave A Reply

Your email address will not be published.