ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବଦ୍ରିନାଥରେ ନଦୀକୁ ଖସିଲା ଯାତ୍ରୀବାହୀ ବସ୍: ୨ମୃତ, ୧୦ ନିଖୋଜ

0

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ରୁଦ୍ର ପ୍ରୟାଗର ଘୋଲଥିରରେ ଅଭାବନୀୟ ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟ୍ରାଭେଲର ଭାରସାମ୍ୟ ହରାଇ ନଦୀକୁ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ନିଖୋଜ ଥିବା ଜଣାପଡିଛି।
ଆଜି ସକାଳେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଘୋଲଥିରଠାରେ ଏକ ଯାତ୍ରୀବାହୀ ସମ୍ପୂର୍ଣ୍ଣ ବସ୍ ଅଳକନନ୍ଦା ନଦୀରେ ବୁଡ଼ି ଯାଇଛି। ଫଳରେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ଆଜି ସକାଳେ ଟ୍ରାଭେଲଟି ଯାତ୍ରୀ ମାନଙ୍କୁ ନେଇ ବଦ୍ରିନାଥ ଦର୍ଶନ ପାଇଁ ଯାଉଥିଲା। ହେଲେ ଋଷିକେଶ ବଦ୍ରିନାଥ ରାଜପଥର ଘୋଲଥିର ନିକଟରେ ନିୟନ୍ତ୍ରଣ ହରାଇ ଅଳକାନନ୍ଦା ନଦୀକୁ ଖସିପଡିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୯ ବର୍ଷର ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ଆହତ ଉଭୟ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏସଡିଆରଏଫ୍ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ କୁହାଯାଉଛି ଯେ ବର୍ତ୍ତମାନ ୧୦ ଜଣ ଯାତ୍ରୀ ନିଖୋଜ ଅଛନ୍ତି, ସେମାନଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି।

ତେବେ ମିଳିଥିବା ସୂଚନା ଅନୁସାରେ, ୩୧ ଜଣ ଯାତ୍ରୀ କ୍ଷମତା ବିଶିଷ୍ଟ ମିନି ବସ୍‌ରେ ଦୁର୍ଘଟଣା ସମୟରେ ଡ୍ରାଇଭର ସମେତ ୨୦ ଜଣ ଭକ୍ତ ଥିଲେ ଏବଂ ଏହା ବଦ୍ରିନାଥ ଧାମ ଅଭିମୁଖେ ଯାତ୍ରା କରୁଥିଲା। ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଘୋଲଥିର ନିକଟରେ ଏକ ଟ୍ରକ୍ ଧକ୍କା ଦେବା ପରେ ମିନି ବସ୍‌ଟି ଖାଇକୁ ଖସି ପଡ଼ିଲା। ବସ୍‌ରେ ୨୦ ଜଣ ଥିବା ସୂଚନା ରହିଛି। ଯେଉଁଥିରୁ ୭ ଜଣ ବସ୍‌ରୁ ବାହାରକୁ ଛିଟିକି ପଡିଥିଲେ। ବସ୍‌ର ବାକି ଅଂଶ ନଦୀରେ ବୁଡ଼ି ଯାଇଥିଲା। କୁହାଯାଉଛି ଯେ କେଦାରନାଥରୁ ଯାତ୍ରା କରିବା ପରେ ଯାତ୍ରୀମାନେ ରାତିରେ ରୁଦ୍ରପ୍ରୟାଗରେ ରହିଥିଲେ। ସେମାନେ ଆଜି ସକାଳେ ବଦ୍ରିନାଥ ଅଭିମୁଖେ ବାହାରିଥିଲେ କିନ୍ତୁ ଗୋଚର ନିକଟରେ ହଠାତ୍ ଏକ ଟ୍ରକ୍ ସହିତ ଧକ୍କା ହେବା ଯୋଗୁଁ ବସ୍‌ଟି ଏକ ଖାତକୁ ଖସି ପଡ଼ିଲା ଏବଂ ତା’ପରେ ଅଳକନନ୍ଦା ନଦୀରେ ବୁଡ଼ିଯାଇଛି।

Leave A Reply

Your email address will not be published.