ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଯନ୍ତ୍ରୀ ଜଣକ ହେଲେ ଦିଲେଶ୍ଵର ମାଝୀ। ଆୟ ବହିର୍ଭୁତ ସଂପତ୍ତିକୁ ନେଇ ସେ ସ୍କାନରରେ ଥିଲେ। ଆଜି ଭିଜିଲାନସ ବିଭାଗ ପକ୍ଷରୁ ରେଡ୍ ଚାଲିଛି। ଟିଟିଲାଗଡ଼ରେ ଥିବା ଦିଲେଶ୍ଵର ମାଝୀଙ୍କ ସରକାରୀ ବାସଭବନ, ଅଫିସ ସମେତ ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଥିବା ତାଙ୍କ ସଂପର୍କିୀୟଙ୍କ ଘରେ ରେଡ୍ ଚାଲିଛି।
ଏହି ରେଡ୍‌ରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ମୋଟ ୬ଟି ସ୍ଥାନରେ ଏକକାଳୀନ ଚଢାଉ ହେଉଛି। ଟିଟିଲାଗଡ଼ ଘରୁ ୪୩ ହଜାର ଟଙ୍କା, ସମ୍ବଲପୁର ଘରୁ ନଗଦ ୬ ଲକ୍ଷ ମିଳିଥିବା ସୂଚନା।
ସମ୍ୱଲପୁର ଟାଉନ ସ୍ଥିତ ଏକ ଦ୍ୱିମହଲା ଘର, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ୟୁନିଟ୍ ରେ ଥିବା ଆଉ ଏକ ଦ୍ୱିମହଲା ଘର, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ସ୍ଥିତ ଏକ ମାର୍କେଟ୍ କମ୍ପ୍ଲେକ୍ସ, ଝାରସୁଗୁଡ଼ାରେ ଥିବା ଦୁଇଟି ହାଉସିଂ ବୋର୍ଡ ଘର, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଆର ଆଣ୍ଡ ବି ସବ-ଡିଭିଜନ କାର୍ଯ୍ୟାଳୟରେ ଥିବା ଅଫିସ ଚାମ୍ବର, ବଲାଙ୍ଗୀର ଟିଟଲାଗଡ଼ରେ ଥିବା ସରକାରୀ କ୍ୱାର୍ଟର ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍।

Leave A Reply

Your email address will not be published.