ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

0

ସମ୍ବଲପୁର: ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍। ପାରମ୍ପରିକ ପୂଜା ପରେ ଜୁଲାଇ ୬ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ।

ସମ୍ବଲପୁରରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଛି। ଯାହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଏହି ନିଷ୍ପତ୍ତି ନେଇଛି। ପ୍ରଥମ ବନ୍ୟାଜଳ ୬ ଜୁଲାଇ ସକାଳ ୧୦ଟାରେ ହୀରାକୁଦ ଡ୍ୟାମ୍ ଜଳଭଣ୍ଡାରର ଗେଟ୍ ନଂ ୭ରୁ ଛଡ଼ାଯିବ ବୋଲି ସୂଚନା ମିଳିଛି।
ସକାଳ ୧୦ ଟାରେ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯିବ। ହୀରାକୁଦ ତଳ ମୁଣ୍ଡର ଜନ ସାଧାରଣଙ୍କୁ ସେହି ସମୟରେ ମହାନଦୀକୁ ନ ଯିବାପାଇଁ ସତର୍କ କରାଇଛନ୍ତି କତୃପକ୍ଷ। କାରଣ ବନ୍ୟାଜଳ ଛାଡ଼ିବା ପରେ ଶାଖା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇପାରେ। ତେବେ ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଘନଫୁଟ ରହିଛି।

Leave A Reply

Your email address will not be published.