ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଶରଧାବାଲି ଦଳାଚକଟାର ଭିଡିଓ ମାଗିଲେ ଅନୁ ଗର୍ଗ

0

ପୁରୀ: ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଶରଧାବାଲି ଦଳାଚକଟାର ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗଙ୍କ ଏହି ଅପିଲ କରିଛନ୍ତି। ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ [email protected] ମେଲ୍‌ରେ ପଠାଇବାକୁ ଅନୁରୋଧ କରିଛନ୍ତି।

ତଦନ୍ତକାରୀ ଅଧିକାରୀ ଗର୍ଗ କହିଛନ୍ତି, ଅନେକ ଲୋକ ଦଳାଚକଟା ସମୟର ଭିଡିଓ କରିଥିଲେ। ଯେ କେହି ଭେଟି ତଥ୍ୟ ଦେବାକୁ ଚାହୁଁଛନ୍ତି ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଦେଇପାରିବେ ବୋଲି ଗର୍ଗ କହିଛନ୍ତି। ଏସବୁ ଭିଡିଓ ତଦନ୍ତରେ ସହଯୋଗ କରିବ। ବର୍ତ୍ତମାନ ତଦନ୍ତକୁ ନେଇ ଏବେଠୁ କହିହେବ ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.