ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର

0

ରାୟଗଡ଼ା: ଟ୍ରେନରେ ଯିବା ସମୟରେ ଖସିପଡ଼ି ଜଣେ ସିଆର୍‌ପିଏଫ୍‌ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶନିବାର ରାତିରେ ରାଉଲକେଲା ଜଗଦଲପୁର ଏକ୍ସପ୍ରେସ୍‌ରେ କୋରାପୁଟରୁ ବଲାଙ୍ଗୀର ଅଭୀମୁଖେ ଯାଉଥିବା ବେଳେ ଲେଲିଗୁମା ଷ୍ଟେଶନ ନିକଟରେ ଖସିପଡ଼ିଥିଲେ, ଯବାନଙ୍କ ନାମ ଶରତ ମାଝୀ, ତାଙ୍କ ସହିତ ଆଉ ଦୁଇଜଣ ଯବାନ ଥିଲେ।ସୂଚନା ଅନୁଯାୟୀ, ରାୟଗଡ଼ାଠାରୁ କୋରାପୁଟ ଯାଇଥିବା କେଆର ଲାଇନର ଭାଲୁମାସ୍କା ଓ ଲେଲିଗୁମ୍ମା ମଧ୍ୟରେ ଟ୍ରାକରେ ଜ​‌ଣେ ଯବାନ ଖସି ପଡ଼ିଥିବା ନେଇ ରାୟଗଡ଼ା ଆରପିଏଫ ଜେ ସୂର୍ଯ୍ୟନାରାୟଣ, ସିଆରପିଏଫ ବିଜୟୀ ସିଂ ଖବର ପାଇଥିଲେ। ଏହାପରେ ଘଟଣାସ୍ଥଳରେ ପହଞ୍ଚି ରୋଗୀବୁହା ଗାଡ଼ିରେ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ମାନସ ତାଣ୍ଡି ପ୍ରାଥମିକ ଚିକିତ୍ସା କରିଥିଲେ। ଯବାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାସହ ଗୋଡ଼ ଓ ଛାତିରେ ମାଡ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ଯବାନ ଶରତ ମାଝୀ ରାଉରକେଲା କୋରାପୁଟ ଇଣ୍ଟରସିଟିରେ କାର୍ଯ୍ୟ ସ୍ଥଳକୁ ଯାଉଥିବାବେଳେ ଲେଲିଗୁମ୍ମା ଓ ଭାଲୁମାସ୍କା ମଝିରେ ଖସି ପଡ଼ିଥିଲେ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ସଇଁତଳାରେ ବୋଲି ଜଣାପଡ଼ିଛି। ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିବା ସୂଚନା ମିଳିଛି।

Leave A Reply

Your email address will not be published.