ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ମେଡିକାଲ ଛାତରୁ ଡେଇଁ ରୋଗୀ ଗୁରୁତର

0

ବଲାଙ୍ଗୀର: ହସ୍ପିଟାଲ ଛାତରୁ ଡେଇଁ ରୋଗୀ ଗୁରୁତର। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସୋମବାର ଅଘଟଣ ଘଟିଛି। ମେଡିସିନ ଓ୍ବାର୍ଡର ଦିତୀୟ ମହଲା କୋଠାରୁ ଜଣେ ରୋଗୀ ଡେଇଁ ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ରୋଗୀ ଜଣକ ବଲାଙ୍ଗୀର ସହର ଖରସେଲପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁ (୪୫) ବୋଲି ଜଣାପଡ଼ିଛି। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ସର୍ଜରୀ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି।

ପୂର୍ଣ୍ଣଚନ୍ଦ୍ର ଗତ ୧୨ ତାରିଖରେ ମେଡିସିନ ଓ୍ବାର୍ଡରେ ସେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ଉପର ମହଲା ଯିବାକୁ ଥିବା ଶିଡ଼ି ନିକଟରେ ଲାଗିଥିବା ଦୁଇଟି କାଚ ପ୍ଲେଟ୍‌ ଭାଙ୍ଗି ସେ ତଳକୁ ଡେଇଁ ପଡ଼ିଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସର୍ଜରୀ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ତେବେ ପୂର୍ଣ୍ଣଚନ୍ଦ୍ର କେଉଁ କାରଣରୁ ଛାତରୁ ଡେଇଁଲେ , ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ଘଟଣା ନେଇ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.