ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମେଡିକାଲ ଛାତରୁ ଡେଇଁ ରୋଗୀ ଗୁରୁତର

0

ବଲାଙ୍ଗୀର: ହସ୍ପିଟାଲ ଛାତରୁ ଡେଇଁ ରୋଗୀ ଗୁରୁତର। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସୋମବାର ଅଘଟଣ ଘଟିଛି। ମେଡିସିନ ଓ୍ବାର୍ଡର ଦିତୀୟ ମହଲା କୋଠାରୁ ଜଣେ ରୋଗୀ ଡେଇଁ ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ରୋଗୀ ଜଣକ ବଲାଙ୍ଗୀର ସହର ଖରସେଲପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁ (୪୫) ବୋଲି ଜଣାପଡ଼ିଛି। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ସର୍ଜରୀ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି।

ପୂର୍ଣ୍ଣଚନ୍ଦ୍ର ଗତ ୧୨ ତାରିଖରେ ମେଡିସିନ ଓ୍ବାର୍ଡରେ ସେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ଉପର ମହଲା ଯିବାକୁ ଥିବା ଶିଡ଼ି ନିକଟରେ ଲାଗିଥିବା ଦୁଇଟି କାଚ ପ୍ଲେଟ୍‌ ଭାଙ୍ଗି ସେ ତଳକୁ ଡେଇଁ ପଡ଼ିଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସର୍ଜରୀ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ତେବେ ପୂର୍ଣ୍ଣଚନ୍ଦ୍ର କେଉଁ କାରଣରୁ ଛାତରୁ ଡେଇଁଲେ , ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ଘଟଣା ନେଇ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.