ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ଏମ୍ସରେ ବିଗୁଡୁଛି ଛାତ୍ରୀଙ୍କ ଅବସ୍ଥା

0

ଭୁବନେଶ୍ବର: ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏଫଏମ କଲେଜର ଛାତ୍ରୀଙ୍କସ୍ୱାସ୍ଥ୍ୟ ଏବେ ଶଙ୍କଟାପନ୍ନ ରହିଥିବା କୁହାଯାଇଛି । ନିଆଁରେ ପୋଡିହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଆଉ ସେ ମେଡିକାଲରେ ଭର୍ତ୍ତି ହେବା ପରେ ଶରୀରର ଅଧିକାଂଶ ଅଙ୍ଗ ପୋଡି ଯାଇଥିବା ସୂଚନା ମିଳିଛି। ଗତକାଲିଠାରୁ ଆଜି ବି ସ୍ଥିତି ସଙ୍ଗୀନ ରହିଛି। ତେଣୁ ଆଗାମୀ ୭୨ ଘଣ୍ଟା ଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ପୀଡିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତମାନେ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି।

ଗତକାଲିଠାରୁ ଆଜି ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି କୁହାଯାଇ ପାରିବ ନାହିଁ ବୋଲି ଏମ୍ସ ଅଧିକ୍ଷକ କହିଛନ୍ତି। ଆଜି ସକାଳୁ ଟିକିଏ ଟେମ୍ପରେଚର ଆସିଛି। ଆଉ ତାଙ୍କୁ ଆଣ୍ଟିବାୟୋଟିକ୍ସ ଦିଆଯାଉଛି ବୋଲି ସେ କହିଛନ୍ତି। ୩ଦିନ ତଳେ ଏଫଏମ କଲେଜର ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଏଭଳି କରିବା ଆଗରୁ ସେ ଶିକ୍ଷାମନ୍ତ୍ରୀ, ସାଂସଦଙ୍କୁ ଜଣାଇଥିଲେ। ତାଙ୍କ ଶରୀରର ଏବେ ୯୫ ପ୍ରତିଶତ ପୋଡିଯାଇଛି। ଅଧିକାଂଶ ଅଙ୍ଗ ବହୁତ କ୍ରିଟିକାଲ ସ୍ଥିତିରେ ଥିବା କୁହାଯାଇଛି। ଛାତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନେ ଲାଗିପଡିଛନ୍ତି। ସେପଟେ ଛାତ୍ରୀଙ୍କ ଏଭଳି ଅବସ୍ଥା ହୋଇଥିବାରୁ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ଛାତ୍ରୀ ଜଣଙ୍କ ଜଣାଇବା ପରେ ମଧ୍ୟ କାହିଁକି ଏମିତି ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି।

Leave A Reply

Your email address will not be published.