ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୩ କଲରାପତରିଆ ବାଘଛାଲ ଜବତ, ୭ ଗିରଫ

0

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଞ୍ଚଳରୁ ୩ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବାବେଳେ, ଏଥିରେ ମୋଟ ୭ଜଣଙ୍କୁ ଅଟକ ରଖାଯାଇଛି। ଅଟକଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଥିବା ସୂଚନା। ଏହି ବାଘଛାଲ ଗୁଡିକୁ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଖୁଣ୍ଟା ଥାନା ପଶୁଦା ମହୁଲିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗୋଟିଏ ବାଘଛାଲ ଏବଂ ବଡସାହି ଥାନା ପାଉଁଶିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଦୁଇଟି ବାଘଛାଲ ଜବତ କରାଯାଇଛି। ଜବତ ବାଘଛାଲ ଶିମିଳିପାଳ ବନାଞ୍ଚଳ ବା ଅନ୍ୟ କେଉଁ ବନାଞ୍ଚଳର ତାହା ତଦନ୍ତ ପରେ ହିଁ ଜଣାପଡ଼ିବ।
ଅଟକ ୭ ଜଣଙ୍କ ମଧ୍ୟରେ ପାଉଁଶିଆ ଗ୍ରାମର ଦୁଇଜଣ ଥିବା ବେଳେ କୁଟଲିଂ, କୁଲଡିହା ତେଣ୍ଡା, ଡୁକୁରା ଚନ୍ଦନଚତୁରି, ଗୋହିରା କେନ୍ଦୁଆ ଓ ପଶୁଦା ବେଲାକୁଟି ଗ୍ରାମର ଜଣେ ଲେଖାଏ ରହିଥିବା ସୂଚନା। ଏହି ଘଟଣାରେ ଆହୁରି ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବାରୁ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖାଯାଇଛି।

Leave A Reply

Your email address will not be published.