ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୩ କଲରାପତରିଆ ବାଘଛାଲ ଜବତ, ୭ ଗିରଫ

0

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଞ୍ଚଳରୁ ୩ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବାବେଳେ, ଏଥିରେ ମୋଟ ୭ଜଣଙ୍କୁ ଅଟକ ରଖାଯାଇଛି। ଅଟକଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଥିବା ସୂଚନା। ଏହି ବାଘଛାଲ ଗୁଡିକୁ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଖୁଣ୍ଟା ଥାନା ପଶୁଦା ମହୁଲିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗୋଟିଏ ବାଘଛାଲ ଏବଂ ବଡସାହି ଥାନା ପାଉଁଶିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଦୁଇଟି ବାଘଛାଲ ଜବତ କରାଯାଇଛି। ଜବତ ବାଘଛାଲ ଶିମିଳିପାଳ ବନାଞ୍ଚଳ ବା ଅନ୍ୟ କେଉଁ ବନାଞ୍ଚଳର ତାହା ତଦନ୍ତ ପରେ ହିଁ ଜଣାପଡ଼ିବ।
ଅଟକ ୭ ଜଣଙ୍କ ମଧ୍ୟରେ ପାଉଁଶିଆ ଗ୍ରାମର ଦୁଇଜଣ ଥିବା ବେଳେ କୁଟଲିଂ, କୁଲଡିହା ତେଣ୍ଡା, ଡୁକୁରା ଚନ୍ଦନଚତୁରି, ଗୋହିରା କେନ୍ଦୁଆ ଓ ପଶୁଦା ବେଲାକୁଟି ଗ୍ରାମର ଜଣେ ଲେଖାଏ ରହିଥିବା ସୂଚନା। ଏହି ଘଟଣାରେ ଆହୁରି ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବାରୁ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖାଯାଇଛି।

Leave A Reply

Your email address will not be published.