ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି

0

ଭୁବନେଶ୍ବର: ପିପିଲି ନିକଟ ବଳଙ୍ଗା ଥାନା ବାୟାବର ଗାଁରେ ଘଟିଥିବା ଅଭାବନୀୟ ଘଟଣାରେ ନାବାଳିକାଙ୍କ ଶରୀର ୭୦ପ୍ରତିଶତ ଜଳି ଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି। ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟ୍ କୁ ସ୍ଥାନାନ୍ତରିତ ହୋଇଛି। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ନାବାଳିକାଙ୍କ ଚିକିତ୍ସା କରାଯାଉଛି।

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଗାଁ ପାଖ ନଦୀ ବନ୍ଧକୁ ୩ରୁ ୪ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇଥିଲେ। ସେଠାରୁ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ। ଏହି ସମୟରେ କୌଣସି ମତେ ନାବାଳିକା ଜଣଙ୍କ ଖସି ଆସିଥିଲେ। ଗ୍ରାମବାସୀମାନେ ନାବାଳିକାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିବା ପରେ ସେଠାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଛନ୍ତି।
ଅନ୍ୟପଟେ ସ୍ପେଶାଲ୍ ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଛି କହିଲେ ପୁରୀ ଏସପି ପିନାକ ମିଶ୍ର। ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ହୋଇଥିବାରୁ ଗୁରୁତର ସହ ନେଇଛି ପୋଲିସ। ବର୍ତ୍ତମାନ ସୁଦ୍ଧା କାହାରିକୁ ଅଟକ ରଖାଯାଇନି। କିଛି ଲୋକଙ୍କ କେବଳ ପଚରାଉଚରା ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଫୋରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି। ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କଣ ଏଯାଏଁ ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ଏସପି।

Leave A Reply

Your email address will not be published.