ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୧୭ ଏମ୍‌ପିଙ୍କୁ ସଂସଦରତ୍ନ ପୁରସ୍କାର

0

ନୂଆଦିଲ୍ଲୀ: ଲୋକ ସଭାରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ପାଇଁ ୧୭ ଜଣ ଏମ୍‌ପିଙ୍କୁ ଚଳିତ ବର୍ଷର ସଂସଦରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଏନ୍‌ସିପି (ଏସ୍‌ପି) ଏମ୍‌ପି ସୁପ୍ରିୟା ସୁଲେ, ଭାଜପା ଏମ୍‌ପି ରବି କିଶନ ଏବଂ ନିଶିକାନ୍ତ ଦୁବେ, ଶିବସେନା (ୟୁବିଟି)ର ଅରବିନ୍ଦ ସାଓ୍ବନ୍ତ ପ୍ରମୁଖ ରହିଛନ୍ତି। କ୍ରମାଗତ ତୃତୀୟ ପାଳିରେ ସଂସଦୀୟ ଗଣତନ୍ତ୍ର ପ୍ରତି ସୁସଂଗତ ଅବଦାନର ସ୍ବୀକୃତି ସ୍ବରୂପ ୪ ଜଣ ଏମ୍‌ପିଙ୍କୁ ସ୍ବତନ୍ତ୍ର ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଭାଜପା ଏମ୍‌ପି ଭର୍ତ୍ତୃହରି ମହତାବ, କେରଳ ରିଭଲ୍ୟୁଶନାରି ସୋସିଆଲିଷ୍ଟ ପାର୍ଟି ଏମ୍‌ପି ଏନ୍‌.କେ. ପ୍ରେମଚନ୍ଦ୍ରନ, ମହାରାଷ୍ଟ୍ରର ଏନ୍‌ସିପି-ଏସ୍‌ପି ଏମ୍‌ପି ସୁପ୍ରିୟା ସୁଲେ ଏବଂ ଶିବସେନା ଏମ୍‌ପି ଶ୍ରୀରଙ୍ଗ ଆପ୍ପା ବର୍ନେ। ଏମାନେ ସମସ୍ତେ ଷୋଡ଼ଶ ଲୋକ ସଭା ସମୟରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛନ୍ତି।
ପୁରସ୍କୃତ ହେବାକୁ ଥିବା ଅନ୍ୟ ଏମ୍‌ପିମାନେ ହେଲେ ଭାଜପାର ସ୍ମିତା ଉଦୟ ଓ୍ବାଗ, ଶିବସେନାର ନରେଶ ମହସ୍କେ, କଂଗ୍ରେସର ବର୍ଷା ଗାଏକ୍ୱାଡ୍‌, ଭାଜପାର ମେଧା କୁଲ୍‌କର୍ନି, ପ୍ରବୀଣ ପଟେଲ, ବିଦ୍ୟୁତ୍‌ ବରନ ମାହାତୋ, ଦିଲୀପ ସାଇକିଆ ପ୍ରମୁଖ। ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥତ୍କ ସ୍ଥାୟୀ କମିଟି ଏବଂ କଂଗ୍ରେସର ଡ. ଚିରଞ୍ଜିତ ସିଂ ଚନ୍ନିଙ୍କ ଅଧ୍ୟକ୍ଷତାରେ ଗଠିତ କୃଷି ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଏବଂ ବୈଧାନିକ ନିରୀକ୍ଷଣର ମାନ ପାଇଁ ସ୍ବୀକୃତି ପ୍ରଦାନ କରାଯାଇଛି।

Leave A Reply

Your email address will not be published.