ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା

0

ଭୁବନେଶ୍ଵର: ଚାଷୀ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଜୁଲାଇ ମାସ ୧୯ ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ଲାଗି ସମୟସୀମା ଧାର୍ଯ୍ୟ କରାଯାଇଛି ।

ତେବେ ପଞ୍ଜୀକରଣରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ସର୍ଭର ଡାଉନ କାରଣରୁ ପଞ୍ଜୀକରଣ ହୋଇପାରୁନାହିଁ। ଏହାର ସମୟ ସୀମାକୁ ବୃଦ୍ଧି କରିବାକୁ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ଯେଉଁ ଚାଷୀମାନଙ୍କର ରେକର୍ଡ ବାପା, ଜେଜବାପାଙ୍କ ନାମରେ ଥିବ ସେମାନେ ଏଣିକି ଅଣ୍ଡରଟେକିଙ୍ଗ ଫର୍ମ ଦାଖଲ କରି ପଞ୍ଜୀକରଣ କରିପାରିବେ। ସରକାର ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି । ଏ ସରକାରରେ ଚାଷୀଙ୍କର କୌଣସି ଅସୁବିଧା କରାଯିବ ନାହିଁ । ଯେଉଁମାନେ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବେ ସେମାନେ ନିରାଶ ହେବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
୨୦୨୫-୨୬ ଖରିଫ ଋତୁ ପାଇଁ ଧାନ କ୍ରୟ ଚଳିତବର୍ଷ ନଭେମ୍ବର ୧ରୁ ଆରମ୍ଭ ହୋଇ ଆଗାମୀ ବର୍ଷ ମାର୍ଚ୍ଚ ୩୧ରେ ସମାପ୍ତ ହେବ l କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ l ଏଥିପାଇଁ ଚାଷୀମାନଙ୍କୁ ଆଗୁଆ ପଞ୍ଜୀକରଣ କରିବାକୁ ବ୍ୟବସ୍ଥା କରିଥିଲେ ସରକାର । ଇ-କେୱାଇସି, ଡକ୍ୟୁମେଣ୍ଟ୍‌ ଅପ୍‌ଲୋଡ୍ ବ୍ୟବସ୍ଥାରେ ଧିମା ନେଟ୍‌ୱର୍କ ବାଧକ ହେଉଥିବାରୁ ଆନ୍ଦୋଳନ ପାଇଁ କୃଷକ ସଙ୍ଗଠନ ଚେତାବନୀ ଦେଇଛି ।

Leave A Reply

Your email address will not be published.