ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଭୁବନେଶ୍ୱର ଏମ୍ସରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏମ୍ସରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଜଣେ ମହିଳା କର୍ମଚାରୀ ଜଣେ ପୁରୁଷ ନର୍ସିଂ ଅଧିକାରୀଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ ନର୍ସିଂ ଅଫିସର ନାନୁ ରାମ ଚୌଧୁରୀ ତାଙ୍କୁ ଡାକ୍ତରଙ୍କ କୋଠରୀକୁ ଡାକି କବାଟ ବନ୍ଦ କରିଦେଇଥିଲେ ଅଶାଳୀନ ବ୍ୟବହାର କରିଥିଲେ ଏବଂ ଅସଦାଚରଣ କରିଥିଲେ।

ଏନେଇ ମହିଳା ଜଣଙ୍କ ତୁରନ୍ତ ହସ୍ପିଟାଲର ନିୟନ୍ତ୍ରଣ କକ୍ଷକୁ ଅବଗତ କରାଇଥିଲେ। ଏହାପରେ ସେ ଖଣ୍ଡଗିରି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ନର୍ସିଂ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ ଏବଂ ଗିରଫ ଦାବି କରି ହସ୍ପିଟାଲ ପରିଚାରିକାଙ୍କ ଏକ ଗୋଷ୍ଠୀ ହସ୍ପିଟାଲ ପରିସରରେ ପ୍ରତିବାଦ ଆରମ୍ଭ କରିଥିଲେ।

ଏହାପରେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲା। ଏହାପରେ ପୋଲିସ ଏହି ମାମଲରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

Leave A Reply

Your email address will not be published.