ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଯୋଗାଣ ମନ୍ତ୍ରୀଙ୍କଠୁ ଠକିନେଲେ ୨୫ ଲକ୍ଷ

0

ଢେଙ୍କାନାଳ: ଜମି ଜାଲିଆତି ମାମଲାରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସେ ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ଘଟଣା ୨୦୨୧ ମସିହାରେ ଘଟିଥିଲା। ସେ ସମୟରେ ମନ୍ତ୍ରୀ ଏକ କମ୍ପାନୀରେ ନିର୍ଦ୍ଦେଶକ ଥିଲେ। ଢେଙ୍କାନାଳ ସଦର ଅଞ୍ଚଳ ଅନ୍ତର୍ଗତ ବନସିଂହର ଜଣେ ବ୍ୟକ୍ତି ତାଙ୍କ ସହିତ ଯୋଗାଯୋଗ କରିଥିଲେ। ଉକ୍ତ ବ୍ୟକ୍ତି ବନସିଂହ ଅଞ୍ଚଳରେ ସୁଲଭ ମୂଲ୍ୟରେ ଏକ ଜମି କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ଅଗ୍ରିମ ନେଇଥିଲେ।କିନ୍ତୁ ପ୍ରତିଶ୍ରୁତି ଦିଆଯାଇଥିବା ଜମି ଡିଲ କେବେ ସଫଳ ହୋଇପାରିଲା ନାହିଁ। ଅଭିଯୁକ୍ତ ପରେ ତାଙ୍କୁ ଦୁଇଟି ଚେକ୍ ପ୍ରଦାନ କରିଥିଲେ ଯାହା ବାଉନ୍ସ ହୋଇଥିଲା। ଆଇନଗତ ନୋଟିସ୍ ଏବଂ ନଭେମ୍ବର ୩୦, ୨୦୨୪ ଏବଂ ତା’ପରେ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି ସତ୍ତ୍ୱେ ଅଭିଯୁକ୍ତ ଟଙ୍କା ଫେରସ୍ତ କରିପାରିନଥିଲେ। ପରେ ମନ୍ତ୍ରୀ ଠକାମିର ଶିକାର ହୋଇଥିବା ଜାଣିବା ପରେ ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ ଦାଖଲ କରିଥିଲେ।

ଏହି ଘଟଣାକୁ ଏକ ବ୍ୟକ୍ତିଗତ ମାମଲା ବୋଲି ବର୍ଣ୍ଣନା କରି ମନ୍ତ୍ରୀ କହିଛନ୍ତି ଯେ ପାଞ୍ଚ ବର୍ଷ ପୂର୍ବେ ଜମି ବିକ୍ରୟ ବାହାନାରେ କେହି ଜଣେ ତାଙ୍କୁ ଠକିଥିଲେ ଏବଂ ସେନେଇ ପୋଲିସ ଉପଯୁକ୍ତ ପଦକ୍ଷେପ ନେବ। ତେବେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପଦକ୍ଷେପ ଆରମ୍ଭ କରିଛି।

Leave A Reply

Your email address will not be published.