ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆମିଷ ଖାଉନଥିବା ଛାତ୍ରଛାତ୍ରୀଙ୍କୁ ଅଣ୍ଡା ବଦଳରେ ମିଳିବ ଫଳ

0

ଭୁବନେଶ୍ବର: ଏଣିକି ଯେଉଁ ଛାତ୍ରଛାତ୍ରୀ ଆମିଷ ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ମିଡ୍ ଡେ ମିଲରେ ମିଳିବ ଫଳ। ପିଏମ୍‌ ପୋଷଣ ସ୍କିମ୍‌ରେ ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ। ଏ ନେଇ ପିଏମ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଜିଲା ଶିକ୍ଷା ଅଧିକାରୀ(DEO)ମାନଙ୍କୁ ଚିଠି ଲେଖି ନିର୍ଦେଶ ଜାରି କରିଛନ୍ତି।

ରାଜ୍ୟ ଶିକ୍ଷା ବିଭାଗର ନିଷତ୍ତି, ଯେଉଁ ସ୍କୁଲ ପିଲା ଆମିଷ ଖାଉନଥିବେ ସେମାନଙ୍କୁ ମିଳିବ ଫଳ। ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ମିଡ୍ ଡେ ମିଲରେ ଅଣ୍ଡା ବଦଳରେ ସେମାନଙ୍କୁ ଅଣ୍ଡା ମୂଲ୍ୟର ଫଳ ଦିଆଯିବ। କିଛି ପିଲା ଆମିଷ ଖାଉନଥିବାରୁ ସେମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.