ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଆମିଷ ଖାଉନଥିବା ଛାତ୍ରଛାତ୍ରୀଙ୍କୁ ଅଣ୍ଡା ବଦଳରେ ମିଳିବ ଫଳ

0

ଭୁବନେଶ୍ବର: ଏଣିକି ଯେଉଁ ଛାତ୍ରଛାତ୍ରୀ ଆମିଷ ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ମିଡ୍ ଡେ ମିଲରେ ମିଳିବ ଫଳ। ପିଏମ୍‌ ପୋଷଣ ସ୍କିମ୍‌ରେ ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ। ଏ ନେଇ ପିଏମ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଜିଲା ଶିକ୍ଷା ଅଧିକାରୀ(DEO)ମାନଙ୍କୁ ଚିଠି ଲେଖି ନିର୍ଦେଶ ଜାରି କରିଛନ୍ତି।

ରାଜ୍ୟ ଶିକ୍ଷା ବିଭାଗର ନିଷତ୍ତି, ଯେଉଁ ସ୍କୁଲ ପିଲା ଆମିଷ ଖାଉନଥିବେ ସେମାନଙ୍କୁ ମିଳିବ ଫଳ। ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ମିଡ୍ ଡେ ମିଲରେ ଅଣ୍ଡା ବଦଳରେ ସେମାନଙ୍କୁ ଅଣ୍ଡା ମୂଲ୍ୟର ଫଳ ଦିଆଯିବ। କିଛି ପିଲା ଆମିଷ ଖାଉନଥିବାରୁ ସେମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.