ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପ୍ରଜ୍ୱଳ ରେଭନ୍ନାକୁ ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା

0

ବେଙ୍ଗାଲୁରୁ: ଜନତା ଦଳ (ସେକ୍ୟୁଲର)ର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭନ୍ନାକୁ ଆଜୀବନ କାରାଦଣ୍ଡ। ତାର ଘରୋଇ ସହାୟିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ପ୍ରଜ୍ୱଳ ରେଭନ୍ନାକୁ ଦଣ୍ଡିତ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେଭନ୍ନାକୁ ମଧ୍ୟ କୋର୍ଟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଏହି ମାମଲାରେ କୋର୍ଟ ସର୍ବାଧିକ ଦଣ୍ଡ ଦେଇଛନ୍ତି।

ହାସନ ଜିଲ୍ଲାର ହୋଲେନାରସିପୁରାରେ ରେଭନ୍ନା ପରିବାରର ଫାର୍ମହାଉସରେ ଘରୋଇ ସହାୟିକା ଭାବରେ କାମ କରୁଥିବା ମହିଳା ଅଭିଯୋଗ କରିଥିଲେ ଯେ ପ୍ରଜ୍ୱଳ ରେଭନ୍ନା ୨୦୨୧ ମସିହାରୁ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲା। ଏହି ସମୟ ମଧ୍ୟରେ ସେ ଏକ ରେକର୍ଡିଂ ମଧ୍ୟ କରିଥିଲା ଏବଂ ଧମକ ଦେଇଥିଲା ଯେ ଯଦି ସେ ତାଙ୍କ ସହ ହୋଇଥିବା ଘଟଣା ବିଷୟରେ କାହାକୁ କୁହନ୍ତି, ତେବେ ସେ ଭିଡିଓଟିକୁ ଭାଇରାଲ କରିଦେବ।

ସାଂସଦ ଏବଂ ବିଧାୟକ ପାଇଁ ବେଙ୍ଗାଲୁରୁ ସ୍ୱତନ୍ତ୍ର କୋର୍ଟ ତାଙ୍କ ବିରୁଦ୍ଧରେ ବଳାତ୍କାର, ଅପରାଧିକ ଧମକ ଏବଂ ଅବୈଧ ଅନ୍ତରଙ୍ଗ ଫଟୋ ପ୍ରସାରଣ ସମେତ ବିଭିନ୍ନ ଧାରା ଅନୁଯାୟୀ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ଶୁକ୍ରବାର ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ଶନିବାର ତାକୁ ଦଣ୍ଡ ଦିଆଯାଇଥିଲା।

ଏହି ଦଣ୍ଡାଦେଶ ପରେ ରେବନ୍ନା କୋର୍ଟରେ କାନ୍ଦି ପକାଇଥିଲେ । ସେ କାନ୍ଦି କାନ୍ଦି କହିଥିଲେ ଯେ ମୋତେ କମ୍ ଦଣ୍ଡ ଦିଅନ୍ତୁ। କିନ୍ତୁ କୋର୍ଟ ତାଙ୍କ ଅପରାଧ ପାଇଁ ସର୍ବାଧିକ ଦଣ୍ଡ ଦେଇଛନ୍ତି। ଦଣ୍ଡ ଘୋଷଣା ହେବା ପୂର୍ବରୁ ପ୍ରଜ୍ୱଲଙ୍କର ଶେଷ ବୟାନ ରେକର୍ଡ କରାଯାଇଥିଲା। ସେ କାନ୍ଦି କାନ୍ଦି କହିଥିଲେ ଯେ ଏହି ମାମଲା କାହିଁକି ନିର୍ବାଚନ ସମୟରେ ସାମ୍ନାକୁ ଆସିଲା? ସେତେବେଳେ ମୁଁ ସାଂସଦ ଥିଲି, ତେବେ ମୋର ବିରୁଦ୍ଧରେ କୌଣସି ଅଭିଯୋଗ ଦାଖଲ ହୋଇନଥିଲା। ବର୍ତ୍ତମାନ ସେମାନେ କହୁଛନ୍ତି ଯେ ମୁଁ ଅନେକ ଯୌନ ନିର୍ଯାତନା ଦେଇଥିଲି। ତେବେ ସେତେବେଳେ କେହି ଆଗେଇ ଆସି ନଥିଲେ କାହିଁକି ? ଏହି ମାମଲା କାହିଁକି କେବଳ ନିର୍ବାଚନ ସମୟରେ ସାମ୍ନାକୁ ଆସିଲା?
ପୀଡିତାଙ୍କ ପକ୍ଷରୁ ହାଜର ହୋଇ ସ୍ୱତନ୍ତ୍ର ସରକାରୀ ଓକିଲ ବି.ଏନ୍. ଜଗଦୀଶ କୋର୍ଟକୁ କହିଥିଲେ ଯେ, ପୀଡିତାଙ୍କୁ ବାରମ୍ବାର ବଳାତ୍କାର କରାଯାଇଥିଲା, ବ୍ଲାକମେଲ୍ କରାଯାଇଥିଲା ଏବଂ ଯୌନ ନିର୍ଯାତନାର ଭିଡିଓ ଦେଖିବା ପରେ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.