ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବାପାଟଲାରେ ଥିବା ଗ୍ରାନାଇଟ ଖାଦନରେ ଅଘଟଣ। ଆନ୍ଧ୍ରପ୍ରଦେଶର ବାପତଲା ଜିଲାରେ ରବିବାର ଏକ ଗ୍ରାନାଇଟ୍ ପଥର ଖଣିରେ ବିସ୍ଫୋରଣ ଯୋଗୁ ବିରାଟକାୟ ଗ୍ରାନାଇଟ ପଥର ଖସି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ୧୫ ଜଣ ଶ୍ରମିକ ଉପସ୍ଥିତି ଥିବା ଜଣାପଡିଛି। ଏବେ ବି ପଥର ତଳେ କିଛି ଶ୍ରମିକ ଫସି ରହିଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜୋରସୋରରେ ଚାଲିଛି। ବାଲିକୁରଭା ଅଞ୍ଚଳରେ ଥିବା ସତ୍ୟକ୍ରିଷ୍ଣା ଗ୍ରାନାଇଟ୍ ପଥର ଖଣିରେ ରବିବାର ସକାଳେ ଏହି ଅଘଟଣ ଘଟିଛି।ପ୍ରାଣ ହରାଇଥିବା ୬ ଓଡ଼ିଆ ଶ୍ରମିକଙ୍କ ଘର ଗଞ୍ଜାମ ଏବଂ ଗଜପତି ଜିଲାରେ ବୋଲି ଜଣାପଡ଼ିଛି। ଦୁଇ ଜଣ ଗଜପତି ଜିଲା ମୋହନାର ହୋଇଥିବାବେଳେ ଅନ୍ୟ ୪ ଜଣ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର। ମୋହନା ଅଲରା ଅଞ୍ଚଳର ଦୁଇ ମୃତକ ହେଲେ ଭାସ୍କର ବିଶୋୟୀ ଏବଂ ଟୁକୁନା ଦଳେଇ। ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ।ପୁଲିସ ସୂଚନା ଅନୁସାରେ, ଅଘଟଣ ଘଟିବା ସମୟରେ ଖଣିରେ ୧୬ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ବିସ୍ଫୋରଣ ଦ୍ଵାରା ପଥର ଫଟାଯିବା ସମୟରେ ଏକ ବିରାଟ ପଥର ଖଣ୍ଡ ଭୁଶୁଡ଼ି ଶ୍ରମିକମାନଙ୍କ ଉପରେ ପଡ଼ିଯାଇଥିଲା। ଯାହାଫଳରେ ପଥର ତଳେ ଶ୍ରମିକମାନେ ଚାପି ହୋଇଯାଇଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ତଦନ୍ତ ନିର୍ଦେଶ ଦେଇଛନ୍ତି।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ