ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

0

ଜମ୍ମୁ: ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ହୋଇଛି। ୭୯ବର୍ଷିୟ ସତ୍ୟପାଲଙ୍କର ଆରଏମ୍‍ଏଲ୍‍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାରୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଅପରାହ୍ନ ୧ଟା ୨୦ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସତ୍ୟପାଲ ଦୀର୍ଘ ଦିନ ହେବ କିଡନୀ ରୋଗରେ ପୀଡିତ ଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ମେ ୧୧ରେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ।

ସତ୍ୟପାଲ ମଲ୍ଲିକ ୨୩ଅଗଷ୍ଟ ୨୦୧୮ରୁ ୩୦ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ରହିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଆଜିର ଦିନ ୫ଅଗଷ୍ଟ ୨୦୧୯ରେ ଜମ୍ମୁ-କାଶ୍ମରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ୧୯୪୬ମସିହା ଜୁଲାଇ ୨୪ରେ ସତ୍ୟପାଲ ମଲ୍ଲିକ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରର ଦଶମ ଏବଂ ଶେଷ ରାଜ୍ୟପାଳ ଥିଲେ। ଏହାସହିତ ସେ ଗୋଆ ଏବଂ ମେଘାଳୟର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସତ୍ୟପାଲ ୧୯୭୪-୭୭ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ। ୧୯୮୦-୮୬ ଏବଂ ୧୯୮୬-୮୯ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଓ ୧୯୮୯-୯୧ ପର୍ଯ୍ୟନ୍ତ ନବମ ଲୋକସଭାର ସଦସ୍ୟ ଥିଲେ। ଏହାସହିତ ସେ ବିହାରର ରାଜ୍ୟପାଳ ମଧ୍ୟ ହୋଇଥିଲେ। ୨୧ ମାର୍ଚ୍ଚ ୨୦୧୮ରୁ ମେ ୨୮ ୨୦୧୮ ପର୍ଯ୍ୟନ୍ତ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଅଗଷ୍ଟ ୨୦୧୮ରେ ତାଙ୍କୁ ଜମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା।

Leave A Reply

Your email address will not be published.