ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଏସୀୟ ଜୁନିଅର ଉସୁ ଚାମ୍ପିଅନସିପ ବ୍ରୋଞ୍ଜ ବିଜେତା ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

0

ଭୁବନେଶ୍ୱର: ଚୀନରେ ଆୟୋଜିତ ଦ୍ୱାଦଶ ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରିବା ସହ ୪୮ କେଜି ବର୍ଗରେ ବ୍ରୋଞ୍ଜ ମେଡାଲ ଜିତି ଦେଶ ପାଇଁ ଗୌରବ ଆଣିଥିବା ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାରାଣୀ ମହାନ୍ତଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବର୍ଧିତ କରିଛନ୍ତି। କେନ୍ଦୁଝର ଷ୍ଟାଡିୟମରେ ଅନୁଷ୍ଠିତ ସାହାଣୀ କପ୍ ଫାଇନାଲ ମ୍ୟାଚ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ୱେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୁସି ବ୍ୟକ୍ତ କରିବା ସହ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅଟିଏ ବିଶ୍ୱସ୍ତରରେ ସଫଳତା ଅର୍ଜନ କରିବା ନିଶ୍ଚିତ ଭାବେ ଜିଲ୍ଲାବାସୀଙ୍କ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି। ଏହି ସମ୍ବର୍ଦ୍ଧନା ପାଇବା ପରେ ଶ୍ୱେତା ଆନନ୍ଦିତ ହେବା ସହ ଜିନ୍ଦଲ ଫାଉଣ୍ଡେସନ ଓ ଏହାର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କର ଏହି ସଫଳତା ପଛରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଅବଦାନ ପାଇଁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି।

ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପାରିପାର୍ଶ୍ୱିକ ଅଞ୍ଚଳରେ କୃଷି, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଆସୁଛି। ସ୍ଥାନୀୟ ଅଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କ ବିକାଶ ପାଇଁ ଫାଉଣ୍ଡେସନର ପ୍ରୋତ୍ସାହନରେ ଏହି ସ୍ପୋର୍ଟସ ହଷ୍ଟେଲ ପ୍ରତିଷ୍ଠିତ ହୋଇଛି। ଏହି ସଫଳତାରେ ଶ୍ରୀମତୀ ଜିନ୍ଦଲ ଖୁସି ପ୍ରକାଶ କରିବା ସହ କହିଛନ୍ତି, “ଏସୀୟ ଜୁନିୟର ଉସୁ ଚାମ୍ପିଅନସିପରେ ଶ୍ୱେତାଙ୍କ ସଫଳତା ପାଇଁ ଆମେ ଅତ୍ୟନ୍ତ ଗୌରବାନ୍ୱିତ। ତାଙ୍କ ସଫଳତାରେ ଆମ ସ୍ପୋର୍ଟସ ହଷ୍ଟେଲର ଉଦ୍ୟମ ଓ ଗ୍ରାମୀଣ ଆଦିବାସୀ ପ୍ରତିଭାଙ୍କ ଦକ୍ଷତା ପ୍ରତିଫଳିତ ହେଉଛି। ତାଲିମ, ଶିକ୍ଷା ଓ ସୁଯୋଗ ପ୍ରଦାନ ଦ୍ୱାରା ଯୁବ କ୍ରୀଡ଼ାବିତଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିବାକୁ ଜିନ୍ଦଲ ଫାଉଣ୍ଡେସନ ସର୍ବଦା ପ୍ରତିଶ୍ରୁତିବଦ୍ଧ”।

ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର କ୍ରୀଡ଼ାବିତ ଶ୍ୱେତାରାଣୀ,  ପ୍ରେମ, ରାଜକୁମାର, ବବଲୁ, ମଞ୍ଜୁ ମୁଣ୍ଡା ଚୀନ, ବ୍ରାଜିଲ, ବ୍ରୁନେଇ ଓ ମସ୍କୋରେ ଆୟୋଜିତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମୁଦାୟ ୧୦ଟି ମେଡାଲ ଜିତିଛନ୍ତି। ଏହି ମେଡାଲ ଶ୍ୱେତାରାଣୀଙ୍କର ଚତୁର୍ଥ ଅନ୍ତର୍ଜାତୀୟ ମେଡାଲ।

ଜିନ୍ଦଲ ଷ୍ଟିଲର ପ୍ରେସିଡେଣ୍ଟ ତଥା ଗ୍ରୁପ ମୁଖ୍ୟ(ସିଏସଆର) ଶ୍ରୀ ପ୍ରଶାନ୍ତ ହୋତା କହିଛନ୍ତି, “ଜଣେ ସମର୍ପିତ କ୍ରୀଡ଼ାପ୍ରେମୀ ତଥା ଆମ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟି ଆଧାରରେ ଏବଂ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ, ଜିନ୍ଦଲ ଫାଉଣ୍ଡେସନ ତୃଣମୂଳସ୍ତରର କ୍ରୀଡ଼ାବିତଙ୍କୁ ଭବିଷ୍ୟତରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ତଥା ଅଲିମ୍ପିକ ପାଇଁ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଜିନ୍ଦଲ ଫାଉଣ୍ଡେସନ ସହଯୋଗରେ କେନ୍ଦୁଝରର ଆଦିବାସୀ ପ୍ରତିଭାମାନେ ଦେଶକୁ ଗର୍ବିତ କରୁଥିବାରୁ ଆମେ ବହୁତ ଖୁସି। ଏହାସହିତ କେନ୍ଦୁଝର ଜିଲ୍ଲା ଉସୁ ଆସୋସିଏସନ ଏବଂ ଉସୁ ଆସୋସିଏସନ ଅଫ୍ ଓଡ଼ିଶାର ସମସ୍ତ ସାହାଯ୍ୟ ଓ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ”।

ଫାଉଣ୍ଡେସନ ପକ୍ଷରୁ ଦେଶର ୪୦ ହଜାର ଗ୍ରାମୀଣ ଓ ଆଦିବାସୀ ପ୍ରତିଭାଙ୍କୁ ସାମରିକ କଳା, ହକି, ଫୁଟବଲ, କବାଡ଼ି, ଖୋ-ଖୋ, ତୀରନ୍ଦାଜୀ ଓ କ୍ରିକେଟରେ ଭବିଷ୍ୟତ ନିର୍ମାଣ ପାଇଁ ପ୍ରୋତ୍ସାହିତ କରାଯାଉଛି

Leave A Reply

Your email address will not be published.