ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ୍ ସାଇଣ୍ଟିଫିକ୍ ଅଫିସର

0

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଷ୍ଟେଟ୍ ଡ୍ରଗ୍ସ ଟେଷ୍ଟିଂ ଲାବ୍ରୋଟୋରୀର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟର ପ୍ରିନ୍ସିପାଲ ସାଇଣ୍ଟଫିକ୍‌ ଅଫିସର ଦେବାଶିଷ ପଣ୍ଡା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ବୁଧବାର ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

ସମ୍ବଲପୁର ବରାଇପାଲି ଗ୍ରେଟର ସମ୍ବଲପୁରସ୍ଥିତ ଭଡ଼ା ଘରେ ଓ କାଇଁଶିରସ୍ଥିତ କାର୍ଯ୍ୟାଳୟ ସହିତ ଭୁବନେଶ୍ବର ଓ ବ୍ରହ୍ମପୁର ପୈତୃକ ଘରେ ଭିଜିଲାନ୍ସର ୪ ଡିଏସ୍‌ପି, ୧୦ ଇନ୍ସପେକ୍ଟରଙ୍କୁ ମିଶାଇ ଏକ ୧୪ ଜଣିଆ ଦଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ତାଙ୍କର ସମ୍ବଲପୁରସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ୨ ଡିଏସ୍‌ପି ଓ ୫ ଇନ୍ସପେକ୍ଟର(୩ ମହିଳା) ମିଶି ଏକ ୭ ଜଣିଆ ଭିଜିଲାନ୍ସ ଦଳ ଚଢ଼ାଉ କରି ନଗଦ ୪୫ ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କ ଜମାଖାତା ଓ ଅନ୍ୟାନ୍ୟ କାଗଜପତ୍ର ତଥା ସମ୍ପତ୍ତି ଓ ଗାଡ଼ି ମଟରର ବୈଧତା ଯାଞ୍ଚ କରୁଛନ୍ତି।

Leave A Reply

Your email address will not be published.