ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ସୁଶୀଲ କୁମାରଙ୍କ ଜାମିନ ରଦ୍ଦ କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ଅଲମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୁଦ୍ଧରେ ମଲ୍ଲଯୋଦ୍ଧା ସାଗର ଧନକରଙ୍କୁ ହତ୍ୟା କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ବର୍ତ୍ତମାନ୍ ସୁପ୍ରିମକୋର୍ଟ ସୁଶୀଲ କୁମାରଙ୍କ ଜାମିନକୁ ବାତିଲ କରିବା ସହ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାକୁ ନେଇ ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି ଯେ ପୀଡିତାଙ୍କ ପିତା ଅଶୋକ ଧନକରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟର ସୁଶିଲଙ୍କ ଜାମିନ ଆଦେଶକୁ ବାତିଲ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସୁଶିଲ କୁମାର ସମସ୍ତ ସରକାରୀ ସାକ୍ଷୀ ମାନଙ୍କ ସହ ହେରଫେର କରିଥିଲେ ଓ ଯେଉଁଥିପାଇଁ ସେମାନେ ସମସ୍ତେ ନିମ୍ନ ଅଦାଲତରେ ନିଜର ବୟାନ ପ୍ରତ୍ୟାହାର କରିଥିଲେ। ଏଥିସହିତ ତାଙ୍କୁ ଯେଉଁ ଜାମିନ ମିଳିଥିଲା ତାହା ମଧ୍ୟବର୍ତ୍ତୀକାଳୀନ ଜାମିନ ଥିଲା ଯାହାକି ଆଇନଗତ ନଥିଲା।
ସୁଶୀଲ କୁମାରଙ୍କ ୪ ମଇ, ୨୦୨୧ରେ ଏକ ବିବାଦରେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମର ପାର୍କିଂ ସ୍ଥାନରେ ଜୁନିଅର ମଲ୍ଲଯୋଦ୍ଧା ସାଗର ଧନଖର ଏବଂ ତାଙ୍କ ବନ୍ଧୁମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଥିଲା। ଏହି ଆକ୍ରମଣରେ ଆହତ ସାଗରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ବେଳେ ଚାରି ଜଣ ମଲ୍ଲଯୋଦ୍ଧା ମଧ୍ୟ ଆହତ ହୋଇଥିଲେ। ପରେ ଏହି ମାମଲାର ଏକ ଚାର୍ଜସିଟ୍ ଦାଖଲ କରି ପୋଲିସ ସୁଶୀଲ କୁମାରଙ୍କୁ ଗିରଫ କରିଥିଲା। ତେବେ ଚାର୍ଜସିଟରେ ୧୩ ଜଣ ଅଭିଯୁକ୍ତଙ୍କ ନାମ ମଧ୍ୟ ଦିଆଯାଇଥିଲା। ଏହି ମାମଲାରେ ଜଡ଼ିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ସୁଶୀଲ ଏବଂ ତାଙ୍କ ବନ୍ଧୁମାନେ କିଛି ଲୋକଙ୍କୁ ମାଡ଼ ମାରୁଥିବା ଦେଖାଯାଇଥିଲା।

Leave A Reply

Your email address will not be published.